Odia News Portal

ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସାମ୍ବାଦିକଙ୍କ ମୃତ୍ୟୁ

କଳାହାଣ୍ଡି: ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମ.ରାମପୁର ଥାନା କର୍ଲାଖୁଣ୍ଟା ଦୁଲେନ ବ୍ରିଜ ପାଖରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଖବର ସଂଗ୍ରହ ପାଇଁ ଯାଇଥିବା ଜଣେ ସାମ୍ବାଦିକ ଏହି ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ତେବେ ମାଓ ପୋଷ୍ଟର…

ଶ୍ରୀ ପଞ୍ଚମୀରେ ଆରମ୍ଭ ହେବ ରଥକାଠ ଅନୁକୂଳ

ପବିତ୍ର ଶ୍ରୀପଞ୍ଚମୀରେ ଆଜି ଅନୁକୂଳ ହେବ ରଥକାଠ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥକାଠ ପୂଜାର୍ଚ୍ଚନା କରାଯିବ। ନୟାଗଡ଼ ବନଖଣ୍ଡରୁ ଆସିଥିବା କଠ ମଧ୍ୟରୁ ୩ ଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ୟ୍ୟାଳୟ ସମ୍ମୁୁଖରେ ରଖାଯିବ। ଆଜି ସନ୍ଧ୍ୟାରେ ପୂଜା ପାଠ କରାଯିବ।…

୨୦୨୨-୨୦୨୩ ରେଳବାଇ ବଜେଟରେ ନିରାଶ ମୟୁରଭଞ୍ଜ ବାସୀ

୨୦୨୨-୨୩ ରେଲବାଇ ବଜେଟରେ ମୟୂରଭଞ୍ଜବାସୀ ନିରାଶ। ବାମନଘାଟି ଉପଖଣ୍ଡରେ ଥିବା ଲୌହଖଣିରୁ ରେଳବାଇ ଭଲ ରାଜସ୍ୱ ପାଉଥିଲେ ମଧ୍ୟ କେନ୍ଦ୍ର ସରକାର ମୟୂରଭଞ୍ଜରେ ରେଳ କ୍ଷେତ୍ର ପ୍ରତି ଅଣଦେଖା କରିଥିବା ଅଭିଯୋଗ ଆଣିଛି ବିଜେଡି। ରେଳ ବଜେଟରେ ମୟୁରଭଞ୍ଜକୁ ଅବହେଳା ଅଭିଯୋଗରେ ଯୁବ ବିଜେଡି ପକ୍ଷରୁ…

ଜବତ ହୋଇଛି ୪୦ ଲକ୍ଷ ଟଙ୍କାର ଧଳା ଜହର

ଜଳେଶ୍ୱର:୪୦ ଲକ୍ଷର ଧଳା ଜହର ଜବତ । ଜଳେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୪୦୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି । ଏସଟିଏଫ୍, ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉରେ ୪୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଏହାସହ ଜଣେ ବେପାରୀକୁ ଗିରଫ କରିଛି ପୋଲିସ । ଗତ ୫ ମାସ…

ଥରିଲା ଦିଲ୍ଲୀ

ଥରିଲା ଦିଲ୍ଲୀ । ରାଜଧାନୀ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୫ ଦଶମିକ ୭ । ଦିଲ୍ଲୀ ସହିତ ଜାମ୍ମୁ କାଶ୍ମୀର , ହରିୟାଣାରେ ମଧ୍ୟ ଝଟକା ଅନୁଭୂତ ହୋଇଛି । ଭୁକମ୍ପର କେନ୍ଦ୍ରସ୍ଥଳ ଆଫଗାନସ୍ତାନ-ତାଜିକସ୍ତାନ ସୀମା ସୂଚନା ।

ରାଜ୍ୟରେ କମୁଛି କୋଭିଡ ସଂକ୍ରମଣ

ଓଡିଶାରେ ହ୍ରାସ ପାଉଛି କୋଭିଡ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୬୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ ହଜାର ୦୮୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି…

ଆଜି ସରସ୍ୱତୀ ପୂଜା,ଶିକ୍ଷାଅନୁଷ୍ଠାନରେ ପୂଜା ପାଇବେ ମା ସରସ୍ୱତୀ

ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଏହି ଅବସରରେ ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି ।…

ପୁରୀ ଗସ୍ତରେ ଭିକେ ପାଣ୍ଡିଆନ

ପୁରୀ ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଆଜି ସେ ପୁରୀ ଆସିଥିବାବେଳେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଏଥିସହ ସେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ୟ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡ଼ିଛି । ପଶ୍ଚିମଦ୍ୱାର ପଟେ ଆରମ୍ଭ ହୋଇଥିବା ନିର୍ମାଣ କାର୍ୟ୍ୟକୁ ସେ…

ଏନ.ସି.ସି.ବି.ଏମ ଡିରେକ୍ଟର ଜେନେରାଲଙ୍କ ସୋଆ ସଭାପତିଙ୍କ ସହ ଆଲୋଚନା

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଗୁରୁବାର ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ନ୍ୟାସନାଲ କାଉନସିଲ ଫର ସିମେଂଟ ଆଣ୍ଡ ବିଲ୍ଡିଂ ମ୍ୟାଟେରିଆଲ୍ସର ଡାଇରେକ୍ଟର ଜେନେରାଲ ଡକ୍ଟର ବିବେକାନନ୍ଦ ମହାପାତ୍ର । ସାକ୍ଷାତ ସମୟରେ ଦୁଇ…

ମୁହାଁ ମୁହିଁ ହେଲେ ପ୍ରିୟଙ୍କା ଓ ଅଖିଲେଶ

ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ସବୁଠି ରାଜନୈତିକ ଉଷ୍ମତା ଦେଖାଦେଲାଣି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ମୈଦାନରେ ହିଭିୱେଟ୍ ନେତା । ନିର୍ବାଚନ ପାଇଁ ରୋଡ୍ ସୋ’ କରୁଛନ୍ତି ସମସ୍ତ ପ୍ରାର୍ଥୀ । ତେବେ ଉତ୍ତରପ୍ରଦେଶର ବୁଲନ୍ଦଶହର ରୋଡ୍ ସୋ’ ବେଳେ କଂଗ୍ରେସ ସାଧାରଣ…