Odia News Portal

ରାଜ୍ୟରେ ୩୨୭ ଜଣ କରୋନା ପଜିଟିଭ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୩୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୪୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ

ଛାତିରୁ ବାହାରିଲା ଲୁହା ରଡ

ହରିୟାଣା ରୋହତକ୍ ସ୍ଥିତ ପିଜିଆଇ ହସ୍ପିଟାଲରେ ଡାକ୍ତରମାନେ ଏକ ବିରଳ ଓ କଷ୍ଟସାଧ୍ୟ ଅସ୍ତ୍ରୋପଚାର କରି ଜଣେ ଯୁବକଙ୍କୁ ଛାତିରେ ପଶି ରହିଥିବା ୪୦ ଫୁଟ ଲମ୍ବର ଦୁଇଟି ଲୁହା ରଡ୍ ବାହାର କରିପାରିଛନ୍ତି । ଅପରେସନ୍ ପ୍ରକ୍ରିୟା ଦୀର୍ଘ ୫ ଘଣ୍ଟା ଧରି ଚାଲିଥିଲା । ସୋନିପତ୍ ଜିଲ୍ଲାର କରନ୍

କଟକ ବଡ ମେଡିକାଲରୁ ୧୫ ଲକ୍ଷ ଟଙ୍କାର ଭେଣ୍ଟିଲେଟର ଚୋରି

କଟକ ବଡ଼ ଡାକ୍ତରଖାନା କୋଭିଡ ଆଉଟଡୋରରୁ ୧୫ଲକ୍ଷ ଟଙ୍କା ମୂଲ୍ୟର ଏକ ଭେଣ୍ଟିଲେଟର ମେସିନ ଚୋରି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମରାମତି ବାହାନା କରି ଏକ ଆଉଟସୋର୍ସିଂ ସଂସ୍ଥାର ତିନି ଜଣ କର୍ମଚାରୀ ମିଳିତ ଭାବେ ଏହି ମେସିନକୁ ଚୋରି କରି ନେଇ ଡଷ୍ଟବିନରେ ରଖିବା ଓ ପରେ କେହି ନ ଥିବାର

ଭୁବନେଶ୍ୱରରୁ ଜୟପୁର ଏବଂ ରାଜସ୍ଥାନକୁ ଉଡିବ ବିମାନ

ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ । ଏବେ ଆପଣ ଭୁବନେଶ୍ୱରରୁ ସିଧାସଳଖ ଭାବରେ ରାଜସ୍ଥାନର ରାଜଧାନୀ ଜୟପୁରକୁ ଯାତ୍ରା କରିପାରିବେ । ଭୁବନେଶ୍ବରରେ ଏବେ ୧୧ଲକ୍ଷ ରାଜସ୍ଥାନବାସୀ ରହୁଥିବା ବେଳେ ସେମାନଙ୍କୁ ଜୟପୁର ଯିବା ପାଇଁ ଏବେ କୌଣସି ସମସ୍ୟା ହେବ ନାହିଁ ।

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନିଳାନ୍ଦ୍ରୀ ଭକ୍ତନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ମହାପ୍ରଭୁଙ୍କ ଜମିଜମା ସହ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରାୟ ୧୯୦ କୋଟି ଟଙ୍କାର ବଜେଟ୍ ଉପରେ ଆଲୋଚନା ହେବ । ଏଥିସହ ସେବାୟତ, ବରିଷ୍ଠ ଅଧିକାରୀ ଓ

ହାପି ବାର୍ଥ ଡେ କିଙ୍ଗ ଖାନ

ଆଜି ବଲିଉଡ୍ ସେନ୍ସେସନ୍ କିଙ୍ଗ ଖାନଙ୍କ ଜନ୍ମଦିନ । ୫୬ ବର୍ଷରେ ପାଦ ଥାପିଛନ୍ତି ଶାହାରୁଖ୍ ଖାନ୍ । ତଥାପି ରୋମାଣ୍ଟିକ୍ ହିରୋ ଭାବେ କୋଟି ହୃଦୟର ରାଜା ହୋଇଛନ୍ତି ଶାହାରୁଖ୍ । ଏଥିପାଇଁ ତାଙ୍କ ପାଖକୁ ଛୁଟୁଛି ଅଜସ୍ର ଶୁଭେଚ୍ଛା । ଆଉ ଏହି ଜନ୍ମଦିନରେ ତାଙ୍କୁ ମିଳିଯାଇଛି ସବୁଠୁ ବଡ ଉପହାର

ଆଜି ପବିତ୍ର ଧନତେରାସ

ଆଜି ପବିତ୍ର ଧନତେରାସ । କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରାଯାଏ । ଏହାକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହାକୁ ପାଳନ କରାଯାଏ । ଏହି ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ମୁଖ୍ୟ

ଏହି ରାଶିର ଝିଅ ମାନେ ନିଜ ଲାଇଫ ପାର୍ଟନରଙ୍କୁ ଧୋକା ଦିଅନ୍ତି ନାହିଁ

ଭୁବନେଶ୍ୱର: ୧୨ ପ୍ରକାର ରାଶି ଲୋକଙ୍କ ସ୍ୱଭାବ ଅଲଗା ଅଲଗା ହୋଇଥାଏ । ମହିଳା ମାନଙ୍କ ଭିତରେ ମଧ୍ୟ ରାଶି ଅନୁଯାଇ ଭଲ ଗୁଣ ଓ ଖରାପ ଗୁଣ ରହିଥାଏ । ଜୀବନ ସାଥୀ ବାଛିବା କ୍ଷେତ୍ରରେ ସବୁ ପୁଅ ମାନଙ୍କୁ ଏମିତି ଏକ ଝିଅ ଆବଶ୍ୟକ ହୋଇଥାଏ ଯିଏ ନା କେବଳ ସୁନ୍ଦର ହୋଇଥିବ, ଭରସା ଯୋଗ୍ୟ ମଧ୍ୟ

ଟିକା ନେଇନଥିଲେ ଘରକୁ ଯିବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ଟିକା ନେଇ ନ ଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ । ଆସନ୍ତାକାଲିଠାରୁ ଟିକା ନେଇ ନଥିବା ଲୋକଙ୍କୁ ଖୋଜିବା ଅଭିଯାନ ଆରମ୍ଭ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଗାଁ ଗାଁରେ ଏଭଳି ଲୋକଙ୍କୁ ଖୋଜିବେ ଆଶାକର୍ମୀ

ବ୍ୟାନ ହେବ କି ଆଇପିଏଲ? ଟ୍ୱିଟର ଚାଲିଛି ଟ୍ରେଣ୍ଡ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ ହେଉଛି ଆଇପିଏଲ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ଏଭଳିକି କ୍ରିକେଟପ୍ରେମୀଙ୍କ ଲାଗି ଆଇପିଏଲ ଆସିଲେ ଏକ ଉତ୍ସବ ଭଳି ଲାଗେ । ବିଶ୍ୱରେ ଆଇପିଏଲର ଚାହିଦା ଦିନକୁ ଦିନ ବଢ଼ିବାରେ