Odia News Portal

ପୁଣି ଆସୁଛି ପ୍ରବଳ ବର୍ଷା

ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା । ତିନି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମିଳିଥିବା ସୂଚନା ମୁତାବକ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିସହିତ ଏହା ପ୍ରଭାବରେ

କୋଭିଡ ମୃତ ପରିବାରକୁ ମିଳିବ ସହାୟତା ରାଶି

କୋଭିଡ଼ ମୃତକ ପରିବାରକୁ ସହାୟତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ରାଜ୍ୟ ସରକାର । ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁବରଣ କରିଥିବା କୋଭିଡ଼ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ

କୃଷକଙ୍କୁ ସମ୍ବୋଧନ କଲେ ମୋଦୀ

ଦେଶର କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ଗତକାଲି କୃଷକଙ୍କ ୧୦ ଘଣ୍ଟିଆ ଭରତ ବନ୍ଦ ପରେ ଆଜି ପ୍ରଧାନମନ୍ତ୍ରୀ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ତାଙ୍କ ସରକାର ସବୁବେଳେ କୃଷକଙ୍କ ସହ ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର କୃଷି ଓ କୃଷକଙ୍କ ଆୟ ବଢାଇବା ପାଇଁ

ଘରୋଇ ମେସରୁ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରୀଙ୍କ ମୃତଦେହ ହେଲା ଉଦ୍ଧାର । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଜଗନ୍ନାଥପୁର ଅଞ୍ଚଳରେ ଘଟିଛି ଏପରି ଅଘଟଣ ।ଏକ ଘରୋଇ ମେସରେ ବନ୍ଦ କୋଠରୀ ଭିତରୁ ଫ୍ୟାନରେ ଓଢଣୀରେ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଭଦ୍ରକ ଟାଉନ ପୋଲିସ ଘଟଣାର

ଇଞ୍ଜାମମ୍ ଡାକ୍ତରଖାନାରେ ଭର୍ତ୍ତୀ

ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌ ଉଲ୍‌ ହକ୍ ସୋମବାର ହୃଦ୍‌ଘାତର ଶିକାର ହୋଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଲାହୋରର ଏକ ହସ୍‌ପିଟାଲ୍‌ରେ ତାଙ୍କ ଠାରେ ସଫଳତାର ସହିତ ଆଞ୍ଜିଓପ୍ଲାଷ୍ଟୀ କରାଯାଇଛି। ଇଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋର ସୂଚନା

ରାଜନୀତିକୁ ଆସିବେ ଦୀପ ସିଦ୍ଧୁ

ରାଜନୀତିକୁ ଏଣ୍ଟ୍ରି କରିବେ ଲାଲ କିଲ୍ଲା ହିଂସାର ଅଭିଯୁକ୍ତ ତଥା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ। ଗଢ଼ିବେ ନିଜର ନୂଆ ଦଳ। ନିଜ ନୂଆ ରଜନୈତିକ ଦଳ ଗଠନ କରି ସେ ବିଧିବଦ୍ଧ ଭାବେ ରାଜନୀତିରେ ପ୍ରବେଶ କରିବେ।- ସିଦ୍ଧୁଙ୍କ ନିକଟବର୍ତ୍ତୀ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଏହି ଅଭିନେତା ବୁଧବାର

ବାଇଡେନ୍ ନେଲେ ବୁଷ୍ଟର ଡୋଜ୍

ବାଇଡେନ୍ ନେଲେ ବୁଷ୍ଟର ଡୋଜ୍ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କରୋନାର ବୁଷ୍ଟର ଡୋଜ୍ ନେଇଛନ୍ତି । ହ୍ୱାଇଟ୍ ହାଉସରେ ଫାଇଜର ଟିକାର ତୃତୀୟ ଡୋଜ୍ ନେଇଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକାବାସୀଙ୍କୁ ସେ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି । ଆମେରିକାରେ ୬୫ ବର୍ଷରୁ

ଆଜି ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେଖ ବେଶ

ଆଜି ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେବ । ୨୯ତାରିଖ ବୁଧବାର ମୂଳାଷ୍ଟମୀ । ଉକ୍ତ ଦିବସରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଷୋଡ଼ଶଦିନାତ୍ମକ ପୂଜାର୍ଚ୍ଚନା ବା ଷୋଳ ପୂଜା । ମା’ ବିମଳାଙ୍କ ପୀଠରେ ଶାରଦୀୟ ପୂଜାର୍ଚ୍ଚନାର ଶୁଭାରମ୍ଭ ହେବ । ଏହି ଅବସରରେ ଦୁର୍ଗାମାଧବ ଉପାସନା

ସ୍ୱାମୀ ଘରେ ନଥିବା ବେଳେ ମହିଳାଙ୍କ ଗଳା କାଟି ହତ୍ୟା

ମହିଳାଙ୍କୁ ଗଳା କାଟି ହତ୍ୟା। ଅନୁଗୁଳ ଜିଲ୍ଲା ଖମାର ଥାନା ପାଲଲହଡ଼ା ଆଲୁରି ଗାଁରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ମହିଳାଙ୍କ ସ୍ଵାମୀ ଘରେ ଅନୁପସ୍ଥିତ ଥିବା ବେଳେ ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ହତ୍ୟାକାଣ୍ଡ ଘଟାଇଛି। ଖବର ପାଇ ଖମାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ

ଆଜି ମତଦାନ କେନ୍ଦ୍ରକୁ ଯିବେ କର୍ମଚାରୀ

ପିପିଲି ବିଧାନସଭା ଉପନିର୍ବାଚନ ମତଦାନ ନିମନ୍ତେ ମଙ୍ଗଳବାର ନିର୍ବାଚନ କର୍ମଚାରୀ ଦଳ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ସକାଳ ୬ଟାରୁ ୧୦ଟା, ୧୦ଟାରୁ ଅପରାହ୍ନ ୧ଟା, ଅପରାହ୍ନ ୧ଟାରୁ ୪ଟା ମଧ୍ୟରେ ଦଫା ଦଫା ହୋଇ ନିର୍ବାଚନ ପରିଚାଳନା କର୍ମଚାରୀ ଦଳଙ୍କୁ ତାଳବଣିଆ ୱେର ହାଉସ୍‌