Odia News Portal

ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍‌ ଓ ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଦିଗପହଣ୍ଡି ଠାରେ ଏକ Cotton Ginning & Pressing Mill ଏବଂ ଏକ ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ଅର୍ଦ୍ଧଶତକ ପୁରା କଲେ ରୋହିତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଓପନର ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୮୪ଟି ବଲ ଖେଳି ଏହି ସ୍କୋର କରିଛନ୍ତି । ଏବେ ତାଙ୍କ ସହ ରାହୁଲ ପଡିଆରେ ମହଜୁଦ ଅଛନ୍ତି । ଉଭୟ ଭାରତୀୟ ଦଳକୁ ଏକ ବଡ ସ୍କୋର ଦିଗରେ ଆଗେଇ ନେଉଛନ୍ତି ।

ସମ୍ ପ୍ରଫେସର ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍‌୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା (ଇଏନ୍‌ଟି) ତଥା ମୁଣ୍ଡ ଓ ବେକ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ସନ୍ତୋଷ କୁମାର ସ୍ୱାଇଁ ୨୦୨୧ ନି ମନ୍ତେ ଗ୍ଲୋବାଲ୍ ଟିଚିଂ ଏକ୍ସି ଲେନ୍ସ

ସାପକୁ କାମୁଡି ରକ୍ତ ପିଇଦେଲେ

ଯାଜପୁର: ସାପ କାମୁଡିବା ପରେ ଡାକ୍ତରଖାନା ଯିବା ବଦଳରେ ଓଲଟି ସାପକୁ କାମୁଡିଦେଲେ । କଥା ଟା ଶୁଣି ବିଶ୍ୱାସ ନହଲେ ବି କଥାଟି ସମ୍ପୂର୍ଣ୍ଣ ସତ। ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପାଞ୍ଚୟତ ଗମ୍ଭାରୀପାଟିଆ ଗାଁ’ରେ ଘଟିଛି ଏହି ଭଳି ଆଶ୍ଚର‌୍ୟ୍ୟ ଜନକ ଘଟଣା । ଏହି ଗ୍ରାମର ୪୫ ବର୍ଷୀୟ

ମୋଦିଙ୍କୁ ଭେଟିଲେ, ପ୍ରଶ୍ନ ପଚାରିଲେ ୧୦ ବର୍ଷର ଝିଅ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ୧୦ ବର୍ଷର ଝିଅର ଇଛା ପୂରଣ କରିବାକୁ ତାକୁ ସାକ୍ଷାତ କରିଛନ୍ତି। ଝିଅଟି ପ୍ରଧାନମନ୍ତ୍ରୀଙ୍କୁ ଇମେଲ ପଠାଇ ତାଙ୍କୁ ଦେଖା କରିବାକୁ ଇଛା ପ୍ରକାଶ କରିଥିଲା। ମହାରାଷ୍ଟ୍ରର ମହମ୍ମଦନଗରରୁ ସାଂସଦ ଥିଲା ଡକ୍ଟର ସୁଜୟ ବିଖେ ପାଟିଲଙ୍କ ଝିଅ

ଭିଜିଲାନ୍ସ ପଞ୍ଝାରେ ଡିଭିଜନାଲ ଆକାଉଣ୍ଟାଣ୍ଟ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଡିଭିଜନାଲ ଆକାଉଣ୍ଟାଣ୍ଟ । ନବରଙ୍ଗପୁର ଜିଲ୍ଲା ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁମିତ କୁମାରଙ୍କୁ ଧରିଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁମିତଙ୍କୁ ଧରିନେଇଛି ଭିଜିଲାନ୍ସ । ଏହା ସହ ଲାଞ୍ଚ ନେଉଥିବା

ଅଗଷ୍ଟ ୨୭ରେ ପରଦାକୁ ଆସିବ ଅମିତାଭଙ୍କ ‘ଚେହରେ’

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଚେହରେ’ ସିନେମା ହଲରେ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇସାରିଛି । ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇସାରିଛି । ଅଗଷ୍ଟ ୨୭ ରେ ଫିଲ୍ମଟି ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି । କିଛି ମାସ ପୂର୍ବେ ଫିଲ୍ମଟି ରିଲିଜ୍ ହେବାର

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ବିଜେପି ସାଂସଦ

ନୂଆଦିଲ୍ଲୀ: ରାଜ୍ୟର ଅନେକ ସମସ୍ୟା ନେଇ କେନ୍ଦ୍ର ରେଳ ଏବଂ ଶିକ୍ଷା ମନ୍ତ୍ରୀଙ୍କୁ ରେଳ ଭବନରେ ଭେଟିଲେ ଓଡ଼ିଶା ବିଜେପି ସାଂସଦ । ନିଜ ନିଜ ଅଞ୍ଚଳର ସମସ୍ୟା ନେଇ ସାଂସଦମାନେ ଦାବି ପତ୍ର ଦେବା ସହ ଆଲୋଚନା କରିଛନ୍ତି। କଳାହାଣ୍ଡିରେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଦାବି ରଖିଛନ୍ତି ସାଂସଦ

ଗାଁ ଗାଁରେ ପଞ୍ଚାୟତ ନିର୍ବାଚନ ପାଇଁ ସମରସଜ୍ଜା, ନେତାଙ୍କୁ ଘରଭଡା ଚିନ୍ତା

ଭୁବନେଶ୍ୱର : ପଞ୍ଚାୟତ ନିର୍ବଚନ ଠିକଣା ସମୟରେ ହେବାନେି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଘୋଷଣା କରିବାପରେ ଏବେ ଗାଁ ଗାଁରେ ରାଜନୀତି ବିଗୁଲ ବାଜିବା ସହିତ ରାଜ୍ୟର ତିନି ପ୍ରମୁଖ ଦଳର ନେତା ଡେରା ପକାଇବା ଆରମ୍ଭ କରିଛନ୍ତି । ଅବଶ୍ୟ ଏ କ୍ଷେତ୍ରରେ କଂଗ୍ରେସ ଠାରୁ ବିଜେପି ଓ ବିଜେଡି ଢେର

ଜିଏସଏଲଭି ଏଫ ୧୦ର ମିଶନ ବିଫଳ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପକ୍ଷରୁ କରାଯାଇଥିବା ଜିଏସଏଲଭି ଏଫ ୧୦ ମିଶନ ବିଫଳ ହୋଇଛି । ଗୁରୁବାର ସକାଳେ ଶ୍ରୀହରିକୋଟ୍ଟାରୁ ସକାଳ ୫ଟା ୪୩ ସମୟରେ ଏହା ଉତକ୍ଷେପଣ କରାଯାଇଥିଲା କିନ୍ତୁ ଏହା ବିଫଳ ହୋଇଛି ବୋଲି ଇସ୍ରୋର ଅଧ୍ୟକ୍ଷ କେ.ଶିବନ ସୂଚନା ଦେଇଛନ୍ତି ।