Odia News Portal

ପୋଲିସ-ନକ୍ସଲ ଗୁଳି ବିନିମୟରେ ୬ ନକ୍ସଲ ନିହତ

ମାଲକାନଗିରି: ପୋଲିସ-ନକ୍ସଲ ଗୁଳି ବିନିମୟ ହୋଇଛି । ଏଥିରେ ୬ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଶାଖାପାଟଣା ଜିଲ୍ଲା କୋୟ ଗାଁରେ ଘଟିଛି ଏଭଳି ଗୁଳି ବିନିମୟ । କମ୍ବିଂ ଅପରେସନ ଚାଲିଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ଦେଲେ ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି ।

ଯୁକ୍ତ ୨ ମୂଲ୍ୟାୟନ ଲାଗି ଆଜି ବସିବ ଶେଷ ବୈଠକ

ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାୟନ ଲାଗି ଆଜି ବସିବ ଅନ୍ତିମ ବୈଠକ । ପୂର୍ବରୁ ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେବେ ମୂଲ୍ୟାୟନ ଲାଗି ୧୪ ଜଣିଆଁ ଟିମ୍ ଗଠନ ହୋଇଛି । ବୈଠକରେ ମୂଲ୍ୟାୟନ ସମ୍ବନ୍ଧରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ବନ୍ଦ ଲଫାପାରେ

ବଲାଙ୍ଗୀରର ବନ୍ଧୁକଧାରୀ ବିକ୍ରମର ବିସ୍ଫୋରକ ବୟାନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ବିକ୍ରମ ପଣ୍ଡା ଗତକାଲି ଘଟାଇଥିଲା ଆତଙ୍କରାଜ । ଦୀର୍ଘ ୫ ଘଣ୍ଟାର ଅପରେସନ ପରେ କାବୁ କରିଥିଲା ପୋଲିସ । ତେବେ ବିକ୍ରମର ଆଜି ମେଡିକାଲ ଟେଷ୍ଟ କରାଯାଇଛି । ତେବେ ଗଣମାଧ୍ୟମକୁ ବିକ୍ରମ କହିଛନ୍ତି କି ନୋ ଗିଲଟି, ନୋ ସେମ୍ । ସେ କରିଥିବା ଭୁଲ ପାଇଁ ଅନୁତପ୍ତ

ଟଙ୍କା ନଦେଲେ ପ୍ରେମିକା ସହ ରଖିଥିବା ଶାରିରୀକ ସମ୍ପର୍କର ଭିଡିଓ ଭାଇରାଲ କରାଇ ଦେବାକୁ ଧମକ ଦେଲା ପ୍ରେମିକ

କେନ୍ଦ୍ରାପଡ଼ା: ବେଇମାନ ପ୍ରେମିକ । ବିଶ୍ୱାସରେ ପ୍ରେମିକ ସହ ଶାରିକରୀକ ସମ୍ପର୍କ ରଖିଥିଲା ପ୍ରେମିକା । ହେଲେ ଧୋକାବାଜ ପ୍ରେମିକ ଅନ୍ତରଙ୍ଗ ମୂହୂର୍ତ୍ତ ଭିଡିଓ ଉଠାଇଥିଲା । ଆଉ ଟଙ୍କା ନଦେଲେ ଭାଇରାଲ କରାଇ ଦେବାକୁ ଧମକ ମଧ୍ୟ ଦେଇଥିଲା । ଶେଷରେ ପୋଲିସ ଟ୍ରାକ କରି ଅଭିଯୁକ୍ତ ଯୁବକକୁ ଗିରଫ

ଖୋଲିପାରେ ଲକଡାଉନ୍‌, ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ସଚିବ

ଭୁବନେଶ୍ୱର: ଦିଲ୍ଲୀ ପରେ ପଶ୍ଚିମବଙ୍ଗରେ ଖୋଲିଛି ଲକଡାଉନ । ତେବେ ରାଜ୍ୟରେ କେବେ ଖୋଲିବ ତାଲା । ଏନେଇ ସବୁଠି ଚାଲିଛି ବିଚାର ବିମର୍ସ । ଏହାରି ଭିତରେ ଆଜି ଦିନ ସାଢ଼େ ଗୋଟେରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ । ଲକଡାଉନ ଖୋଲିବା ନେଇ ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି

ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ, ବୋହେ ଛେଚିଲେ ଗାଁ ଲୋକେ

ଯାଜପୁର: ପ୍ରେମିକାକୁ ଦେଖା କରିବା ପଡ଼ିଲା ମହଙ୍ଗା । ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ ପ୍ରେମିକ ଓ ତାଙ୍କ ସାଙ୍ଗ । ଗାଁଲୋକେ ବୋହେ ଛେଚିବା ପରେ ପୋଲିସ ଜିମା ଦେଇଛନ୍ତି । ଯାଜପୁର ଜିଲ୍ଲା ଦଶରତପୁର ବ୍ଲକ ମାନସିଂହପାଟଣା ଗାଁରୁ ଆସିଛି ଏଭଳି ଖବର । ପୋଲିସ ଉଭୟ ଯୁବକଙ୍କୁ ଅଟକ ରଖି ପଚରା

କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଶେଷ ହୋଇଛି ଦେବ ଦମ୍ପତିଙ୍କ ବିବାହ । ମହାଦେବ ଭୋଳାନାଥଙ୍କ ସହ ଗିରିଜା ନନ୍ଦିନୀଙ୍କ ବିବାହ ସମ୍ପନ୍ନ ହୋଇଛି । ବୈଦିକ ରୀତିରେ ପଡ଼ିଛି ହାତଗଣ୍ଠି । ମଙ୍ଗଳରାତି ବୁଧ ପାହାନ୍ତି ପବିତ୍ର ବେଳାରେ ସମ୍ପନ୍ନ ହୋଇଛି ବିବାହ । ରାଜ୍ୟର ସମସ୍ତ ଶୈବ ପୀଠରେ

ପୋଲିସ- ମାଓବାଦୀ ଗୁଳି ବିନିମୟ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ନେଇ ବୁଧବାର ଖବର ମିଳିଛି। କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ ଅପରେସନ ଲଞ୍ଚ କରାଯାଇଥିଲା। ଏସଓଜି ଓ ଡିଭିଏଫ(SOG ଓ DVF) ବାହିନୀ

ଆଜି ଶେଷ ରଜ

ଭୁବନେଶ୍ୱର: ଆଜି ଶେଷ ରଜ ବା ବାସୁମତି ସ୍ନାନ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ଶେଷ ହେବାକୁ ଯାଉଛି ରଜପର୍ବ । ବସୁମତୀ ସ୍ନାନ ହେଉଛି ରଜର ଶେଷ ଦିନ। ଏହି ଦିନ ବଡ଼ି ଭୋରରୁ ଶିଳପୁଆରେ ହଳଦୀ, ସିନ୍ଦୂର ଲଗାଇ ମାତାଙ୍କ ସ୍ୱରୂପକୁ ପିଢା ଉପରେ ସ୍ଥାପନ କରି କଳସ ରଖି ପୂଜା କରାଯାଏ।

ଖତ ଖାଉଛି ଆମ୍ବ

ଧର୍ମଗଡ: ବଗିଚାରେ ଖତ ଖାଉଛି ଆମ୍ବ । ଲକଡାଉନ ପାଇଁ ହୋଇପାରୁନି ବିକ୍ରି । ଚିନ୍ତାରେ ଧର୍ମଗଡର ଆମ୍ବ ଚାଷୀ । କଳାହାଣ୍ଡି ଜିଲ୍ଲା ଧର୍ମଗଡ, ଜୁନାଗଡ , କୋକସରା, ଜୟପାଟଣା ଆଦି ଅଂଚଳରେ ଚାଷୀ ମାନେ ଆମ୍ବ ଅମଳ କରିଥିଲେ । ଏ ବର୍ଷ ଅଧିକା ଆମ୍ବ ଫଳି ଥିବାରୁ ଭଲ ଦି ପଇସା ରୋଜଗାର ଆଶା