Odia News Portal

ଆଜବେଷ୍ଟସ ଭାଙ୍ଗି ୪ ଲକ୍ଷ ଟଙ୍କାର ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଲକଡାଉନରେ ମାତିଛନ୍ତି ଲୁଟେରା । ପ୍ରତିଦିନ ଆସୁଛି ଲୁଟ୍ ଖବର । ଉପାନ୍ତରୁ ଉପକୂଳ ସବୁଠି ଚାଲିଛି ଲୁଟ୍ । ତେବେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବଜାରରୁ ଆସିଛି ଏଭଳି ଲୁଟର ଦୃଶ୍ୟ । ଦୋକାନର ଆଜବେଷ୍ଟସ ଭାଙ୍ଗି ୪ ଲକ୍ଷରୁ ଅଧିକ ଟଙ୍କାର ସାମାନ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ତେବେ ଲୁଟେରାମାନେ ଏକ ହେଲମେଣ୍ଟ ଚାଡ଼ିଯାଇଥିବା ଦେଖିବାକୁ ମିଳିଛି । ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି ।

ବାଲିପାଟଣା ଛକରେ ଥିବା ପ୍ରତୀକ ରାଉତଙ୍କ ମୋବାଇଲ ଦୋକାନରୁ ଚୋରି ହୋିଥିବା ଅଭିଯୋଗ ହୋଇଛି । ଦୋକାନର ଆଜବେଷ୍ଟସ ଭାଙ୍ଗି ମୋବାଇଲ, ଲ୍ୟାପଟପ ଓ ଅନ୍ୟ ସମାଗ୍ରୀ ସବୁ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଦୋକାନରୁ ୧୮ଟି ଦାମୀ ମୋବାଇଲ, କମ୍ପ୍ୟୁଟର ଏବଂ ସମସ୍ତ ଆସେସୋରିଜ, ରିପାୟର ପାଇଁ ଥିବା ମୋବାଇଲ ସବୁ ନେଇ ଯାଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଚୋରମାନେ ଏକ କଳା ରଙ୍ଗର ହେଲମେଟ୍ ଛାଡି ଯାଇଛନ୍ତି । ଲକଡାଉନ୍ ଏବଂ ସଟଡାଉନ୍ ରେ ରାଜଧାନୀ ଉପକଣ୍ଠଠାରେ ଚୋର ଓ ଲୁଟେରାଙ୍କ ପ୍ରାର୍ଦୁଭାବ ବଢି ବଢି ଚାଲିଛି । ଚୋର ଲୁଟେରାମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ।