Odia News Portal

ଦିଶାଙ୍କ ମୃତ୍ୟୁ ଖବର ଶୁଣି ବେହୋସ୍ ହୋଇଯାଇଥିଲେ ସୁଶାନ୍ତ

ମୁମ୍ବାଇ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି ସିବିଆଇ। ଏହି ମାମଲାରେ ଏବେ ସିବିଆଇ ହାତରେ ଲାଗିଛି ଏକ ବଡ ସୁରାକ୍। ତାହା ହେଲା ସୁଶାନ୍ତଙ୍କ ଫ୍ଳାଟମେଟ୍ ସିଦ୍ଧାର୍ଥ ପିଠାନୀ କରିଛନ୍ତି ବଡ ଖୁଲାସା। ସିବିଆଇକୁ ସୂଚନା ଦେଇ ସିଦ୍ଧାର୍ଥ କହିଚନ୍ତି…

୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()ଆସନ୍ତାକାଲି ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଏହି  ଜିଲ୍ଲାଗୁଡିକ ହେଉଛି-ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, ବରଗଡ, ସମ୍ବଲପୁର,…

ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ତଥ୍ୟ

ଭୁବନେଶ୍ୱର() ଆଜି ବି ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୧ ଓ ସ୍ଥାନୀୟ ଅଞ୍ଚଳରୁ ୨୪୪ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୪୨୦ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୧୭ ହଜାର ୬୨୦…

ଭିଡ଼ିଓ କନଫରେନ୍ସି ଅଧିବେଶନରେ ଯୋଡ଼ି ହେବିନି

ଭୁବନେଶ୍ବର () ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକ ମୌସୁମୀ ଅଧିବେଶନକୁ ନ ଯିବା ପ୍ରସଙ୍ଗରେ ଚିଠି ଲେଖିଲେ ସୁର। ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ବିଧାୟକ ସୁରେଶ ରାଉତରାୟ। ବିଧାୟକ ତାଙ୍କ ଚିଠିରେ ଲେଖିଛନ୍ତି ‘କୋଭିଡ ପରୀକ୍ଷା କରି ଗୃହକୁ ଛଡାଯାଉ । ଭିଡ଼ିଓ କନଫରେନ୍ସି ଅଧିବେଶନରେ ଯୋଡ଼ି…

ଏଣିକି ହଟସ୍ପଟ ଉପରେ ରହିବ କଡ଼ା ନଜର

ଭୁବନେଶ୍ୱର()  କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଅମାନିଆମାନେ ଏହାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି । ତେବେ  ଭୁବନେଶ୍ୱର ଓ କଟକରେ କରୋନା ନିୟମ ବା କୋଭିଡ କଟକଣାକୁ ବାରମ୍ବାର…

ନୂଆବର୍ଷରୁ ଉପଲବ୍ଧ ହେବ ଟୀକା

ନୂଆଦିଲ୍ଲୀ()  କରୋନା ମହାମାରୀ ମାଡି ମାଡି ଚାଲିଥିବା ବେଳେ ନୂଆବର୍ଷ ୨୦୨୧ ଆରମ୍ଭରେ ଭାରତକୁ ମିଳିବାକୁ ଯାଉଛି କରୋନା ଟୀକା । ଏନେଇ ଆଜି ରାଜ୍ୟସଭାରେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ‘ଭାରତରେ ନୂଆ ଟୀକା ପାଇଁ ଟ୍ରାଏଲ ୧,…

ବାରମ୍ବାର ସୀମା ନିୟମ ଉଲ୍ଲଙ୍ଘନ କରୁଛି ଚୀନ

ନୂଆଦିଲ୍ଲୀ() ଏଲଏସିରେ ଭାରତ-ଚୀନ୍ ସୀମା ବାବଦ ମାମଲାରେ ରାଜ୍ୟସଭାରେ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ସିଂହ କହିଛନ୍ତି ଯେ, ‘ବାରମ୍ବାର ସୀମା ନିୟମ ଉଲ୍ଲଙ୍ଘନ କରୁଛି ଚୀନ । ଭାରତର ଜମିକୁ ନିଜର କହୁଛି ଚୀନ୍ । ଦୁଇଦେଶର ଅଲଗା ଅଲଗା ଦାବି, କିନ୍ତୁ ଆମେ…

୭୦ ବର୍ଷରେ ପଦାର୍ପଣ କଲେ ମୋଦୀ, ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ….

ନୂଆଦିଲ୍ଲୀ()  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ମୋଦୀ ୧୭ ସେପ୍ଟେମ୍ବର ୧୯୫୦ରେ ମେହେସାଣା ଜିଲ୍ଲାର ବଡ଼ନଗରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲା। ଦାମୋଦରଦାସ ମୁଲଚାନ୍ଦ ମୋଦୀ ଓ ତାଙ୍କ ପତ୍ନୀ ହୀରାବେହେନ ମୋଦୀଙ୍କର ଷଷ୍ଠ ସନ୍ତାନ…

ଆଗକୁ ତିର୍ତ୍ତୋଲ ଉପ ନିର୍ବାଚନ, ହାତ ଛାଡ଼ିଲେ ରାଜକିଶୋର

ଭୁବନେଶ୍ୱର()  ଆଗକୁ ତିର୍ତ୍ତୋଲ ଉପ ନିର୍ବାଚନ । ଏନେଇ ବିଜେଡି, କଂଗ୍ରେସ ଓ ବିଜେପି  ନିଜ ନିଜର ରଣକୌଶଳ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି ।  ତେବେ ଏହରି ଭିତରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି ।  କାରଣ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ରାଜକିଶୋର ବେହେରା ଇସ୍ତଫା ଦେଇଛନ୍ତି ।…

କରୋନା ନେଲା ଆଉ ୧୩ ମୁଣ୍ଡ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର()ଆଜି ରାଜ୍ୟରେ ୪୨୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ପୁରୀ ଓ…