Odia News Portal

ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ: ନୀତିନ ଗଡ଼କରୀ

ଆଜି କୃଷ୍ଣପ୍ରସାଦ ସଭାରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ସେ କହିଛନ୍ତି, ୧୦ ବର୍ଷର ମନ୍ତ୍ରୀ ମୁଁ, ୫୦ ଲକ୍ଷ କୋଟିର କାମ କରିଛି। ୮ ହଜାର କୋଟି ବ୍ୟୟରେ ହେବ ରତନପୁର-ଦୀଘା ରାସ୍ତା। ୧୭୭ କିମି ରାସ୍ତା ହେବ; ୮୫୦୦ କୋଟି ଟଙ୍କା ଖର୍ଚ୍ଚ

BJPର ହାଇଭୋଲଟେଜ୍‌ ପ୍ରଚାର: ମୋଦି-ଶାହ-ରାଜନାଥଙ୍କ ଗର୍ଜନରେ କମ୍ପୁଛି ରାଜ୍ୟ

ଜେପିର ଷ୍ଟାର କ୍ୟାମ୍ପେନରଙ୍କ କ୍ୟାମ୍ପେନିଂରେ ସରଗରମ ରାଜ୍ୟ ପ୍ରଚାର ମୈଦାନ୍। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା କଳାହାଣ୍ଡି ଓ ନବରଙ୍ଗପୁରରେ ଆଜି ଦଳର ଦୁଇ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଛତିଶଗଡ଼ ସିଏମ୍ ବିଷ୍ଣୁଦେଓ ସାଏ ମାରାଥନ ପ୍ରଚାର କରି ଦଳ ପାଇଁ ଭୋଟ୍

ମୋଦୀଙ୍କ ଗସ୍ତ ପୂର୍ବରୁ ଚଳଚଞ୍ଚଳ ରାଜଧାନୀ

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାଲି ସଂଧ୍ୟାରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ରାତି ୮ଟାରେ ମୋଦୀଙ୍କ ରାଲି ବିଜେପି ପାର୍ଟି ଅଫିସ୍ରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବ । ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ

ଭୁବନେଶ୍ୱରରେ ରିଂ ରୋଡ୍, ପାରାଦୀପରେ ଏୟାରପୋର୍ଟ; ଓଡ଼ିଶା ପାଇଁ ଗଡ଼କରୀଙ୍କ ବ୍ୟାପକ ଘୋଷଣା

ଓଡ଼ିଶା ପାଇଁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା । ପୁରୀ କୃଷ୍ଣପ୍ରସାଦ ସଭାରେ ଓଡ଼ିଶା ପାଇଁ ବ୍ୟାପକ ଘୋଷଣା କରିଛନ୍ତି ଗଡ଼କରୀ । ଭୁବନେଶ୍ୱରରେ ହେବ ୧୧୧ କିଲୋମିଟରର ରିଂ ରୋଡ୍ । ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ । ଏଥିଲାଗି ଖର୍ଚ୍ଚ ହେବ ୬ ହଜାର ୫୦୦ କୋଟି ଟଙ୍କା । ରିଂ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଗଡକରୀ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ପୁରୀରେ ପହଞ୍ଚିଛନ୍ତି। ପ୍ରଥମେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଛନ୍ତି । ଏହାପରେ ଶ୍ରୀମନ୍ଦିରରୁ ବାହାରି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ

ନବୀନ ଓଡ଼ିଶାବାସୀଙ୍କୁ ନୁହେଁ, ପାଣ୍ଡିଆନଙ୍କୁ ଭଲ ପାଆନ୍ତି:ହିମନ୍ତ ବିଶ୍ୱଶର୍ମା

ନିର୍ବାଚନ ପ୍ରଚାର ନିମନ୍ତେ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଜେଡି ସୁପିମୋ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ଉପରେ କରିଛନ୍ତି ସିଧା ହମଲା। ମାଲକାନଗିରି ଜିଲ୍ଲା କାଲିମେଳାରେ ଜନସଭାକୁ ସମ୍ବୋଧିତ ବେଳେ ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ବିଳନୀରେ ସୂଚନା

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ବିଳନୀ । ସମ୍ବିଳନା କରି କହିଛନ୍ତି ବିଜେପି ସରକାର ଆସିବା ପରେ କେଉଁ ସବୁ ଯୋଜନା ଆରମ୍ଭ ହେବ । ବିଜେପି ସରକାରକୁ ଆସିଲେ ସ୍କୁଲରେ ମିଡ ଡେ ମିଲ ସହ ଜଳଖିଆ ପାଇଁ ଆପୁର୍ତ୍ତି ଯୋଜନା ଆରମ୍ଭ ହେବ । ବିଜେପି ସରକାର ହେଲେ ମଧ୍ୟ, ଉତ୍ତର

ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ; କରିବେ ନିର୍ବାଚନୀ ପ୍ରଚାର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ। ସେଠାରେ ନବୀନ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ ୧୨ଟାରେ ମୁଖ୍ୟମନ୍ତ୍ରୀ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚିବେ ଏବଂ ସେଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ।

ତାତିରୁ ମିଳିଛି ଆଶ୍ବସ୍ତି, ଆହୁରି ୪ ଦିନ କାଳବୈଶାଖୀ ସମ୍ଭାବନା

କାଳବୈଶାଖୀ ବର୍ଷା ପାଇଁ ତାତିରୁ ମିଳିଛି ଆଶ୍ବସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା କମିଛି । ଆହୁରି ୪ ଦିନ କାଳବୈଶାଖୀ ପ୍ରଭାବ ରହିବା ପୂର୍ବାନୁମାନ କରାଯାଇଛି । ଗତକାଲି ବିଭିନ୍ନ ସ୍ଥାନରେ କାଳବୈଶାଖୀ ଲାଗି ଗଛ ଉପୁଡିବା ସହ କିଛି ଘରର ଛାତ ମଧ୍ୟ ଉଡିଯାଇଥିବା ଦେଖିବାକୁ

କାର୍ ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

ଲଖନପୁର ଅଞ୍ଚଳରେ ଚାଞ୍ଚଲ୍ଯ। ଲଖନପୁର ଆଦର୍ଶ ବିଦ୍ୟାଳୟ ନିକଟରେ ତିନି ଜଣଂକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ, ପୁଲିସ ପହଂଚି ତଦନ୍ତ କରୁଛି। କାର ଭିତରେ ପଡ଼ି ରହିଛି ତିନି ଜଣଙ୍କ ଗୁଳିବିଦ୍ଧ ମୃତ ଦେହ । ଜଣେ ମହିଳା ଜଣେ ବାଳିକା ଓ ଜଣେ ବ୍ୟକ୍ତି ଙ୍କ ମୃତ ଦେହ । ମୃତକ ମାନେ ଗୋଟିଏ