Odia News Portal

କେଜ୍ରିୱାଲଙ୍କ ଆବେଦନ ଉପରେ ଆଜି ଆସିବ ହାଇକୋର୍ଟ ରାୟ

ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ତାଙ୍କ ଗିରଫଦାରି ବିରୋଧରେ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ରାୟ ଶୁଣାଇବେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଗତ ସପ୍ତାହରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ। ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ

ରାଜଧାନୀରୁ ମିଳିଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ

ରାଜଧାନୀରୁ ଉଦ୍ଧାର ହେଲା ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ମୃତଦେହ । ଭୁବନେଶ୍ୱର ପୁରୁଣା ବିଏମ୍‌ସି ଅଫିସ୍ ପଛ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତା ଯୁବତୀଜଣକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ

ନିର୍ବାଚନ ଲଢ଼ିପାରିବେ ଦିଲ୍ଲୀପ ରାୟ

କୋଇଲା ଦୁର୍ନୀତିରେ ଫସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଛି ଆଶ୍ୱସ୍ତି । ୪ ବର୍ଷ ତଳେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୩ ବର୍ଷ ଜେଲଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଥିଲେ । ଏହା ତାଙ୍କର ଭବିଷ୍ୟତ ରାଜନୈତିକ କ୍ୟାରିୟରକୁ ଅନ୍ଧାରକୁ ଟାଣି

 ସୁର, କହିଲେ ମୁଁ ଗୋଟା ପଣେ କଂଗ୍ରେସର

ମୁଁ ଗୋଟା ପଣେ କଂଗ୍ରେସର, ମଲା ପର୍ଯ୍ୟନ୍ତ ବି କଂଗ୍ରେସରେ ରହିବି । କଂଗ୍ରେସ ତରଫରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ମୁଁ କୌଣସି ଦଳ ପାଇଁ ପ୍ରଚାର କରିନାହିଁ । କୌଣସି ଦଳର ରାଲି କିମ୍ବା ସଭାକୁ ମଧ୍ୟ ଯାଇନାହିଁ ।

ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଅଂଚଳରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର ଧଉଳି ଥାନା ଲିଙ୍ଗିପୁର ଅଂଚଳରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ । ମୃତଦେହକୁ ନଦୀ ପଠାରେ ଫିଙ୍ଗି ଦେବାକୁ ନେବା ବେଳେ ଦୁର୍ବୃତକୁ ମାଡ଼ିବସିଲେ ଗାଁଲୋକ । ଗଂଜାମରୁ ଆସି ଶିଶୁପାଳଗଡ଼ରେ ରହୁଥିବା ୨୦ବର୍ଷୀୟ ଭାଗ୍ୟ ଡାକୁଆଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ,

 ଦୁଇ ଏସ୍ପିଙ୍କ ନୂଆ ନିଯୁକ୍ତି ମିଳିଛି

ଦୁଇ ଏସ୍ପିଙ୍କ ନୂଆ ନିଯୁକ୍ତି ମିଳିଛି । ନିର୍ବାଚନ କମିଶନ ରାଜ୍ୟରେ ଦୁଇ ଏସ୍ପିଙ୍କ ନିଯୁକ୍ତିକୁ ଅନୁମତି ଦେଇଛନ୍ତି । ଏଥି ଅନୁଯାୟୀ, ସାର୍ଥକ ଷଡଙ୍ଗୀଙ୍କୁ ବ୍ରହ୍ମପୁର ଏସ୍ପି ଭାବେ ନିଯୁକ୍ତି ମିଳିଛି । ସେହିଭଳି ଅବିନାଶ ମିଶ୍ରଙ୍କୁ ଖୋର୍ଦ୍ଧା ଏସ୍ପି ଭାବେ ନିଯୁକ୍ତି ମିଳିଛି ।

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ । ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ଥିଲେ ପ୍ରଭାସ । ନବୀନ ନିବାସ ଆସି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୨୦୧୪ରୁ ୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ ପ୍ରଭାସ ସିଂହ । ଏଥର ଟିକେଟ୍ ଆଶାୟୀ ଥିଲେ ।

୫ ବାଘ ଚମଡା ଜବତ :୭ ମାଫିଆ ଗିରଫ

ଅନ୍ତଃରାଜ୍ୟ ବନ୍ୟପ୍ରାଣୀ ଚୋରା କାରବାର କରୁଥିବା ବଡ ର୍ୟାକେଟର ପର୍ଦ୍ଦାଫାଶ କରିଛି ଗଜପତି ଜିଲ୍ଲା ବନ୍ୟପ୍ରାଣୀ ବିଭାଗ । ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ୭ ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଟି କଲରାପତରିଆ ବାଘ ଚମଡା ଜବତ କରାଯାଇଛି । ଏହା ସହ

ଆଜି ଆସିପାରେ ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା

ଆଜି ଆସିପାରେ ବିଜେଡିର ଆଉ ଏକ ପ୍ରାର୍ଥୀ ତାଲିକା । ୨୦ରୁ ୩୦ ଆସନରେ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ଟିକେଟ ଅପେକ୍ଷାରେ ଗୋଟିଏ ଲୋକସଭା ଓ ୩୯ ବିଧାନସଭା ଆସନର ଆଶାୟୀ ରହିଛନ୍ତି । ପୂର୍ବରୁ ବିଜୁ ଜନତା ଦଳ ୧୦୮ ବିଧାନସଭା ଆସନ ଓ ୨୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ

କନିଷ୍ଠ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗୁଣୁପୁର ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପଣ୍ଡାଙ୍କୁ ଜେଲ୍ ଦଣ୍ଡ ହୋଇଛି। ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରାଜେଶ ଏକ୍କା ମାମଲାାର ଶୁଣାଣି କରି କନିଷ୍ଠ ଯନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୨ ଲକ୍ଷ