Odia News Portal

କୁକୁଡ଼ା ଖିଆକୁ କେନ୍ଦ୍ର କରି ଡବଲ ମର୍ଡର

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ କେବଲାଙ୍ଗ ଥାନାର ଅମାରୂଢି ଗ୍ରାମରେ କୁକୁଡ଼ା ଖାଇବାକୁ କେନ୍ଦ୍ର କରି ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ଶନିବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଗାଁ ନିକଟ ନାଳରେ ଦୁଇଟି ଶବକୁ ଅଭିଯୁକ୍ତ ଲୁଚାଇ ରଖିଥିଲା । ଅଭିଯୁକ୍ତ ହେଲେ ଅମାରୂଢି ଗ୍ରାମର

ଅଧ କେଜି ବ୍ରାଉନସୁଗର ଜବତ, ୨ଗିରଫ

ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ । ନିଶା ବେପାରୀଙ୍କ ଉପରେ ଚଢାଉ କରିଛି କମିଶନରେଟ ପୋଲିସ । ଅଧ କେଜିରୁ ଉର୍ଦ୍ଧ ବ୍ରାଉନସୁଗର ଜବତ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଜବତ ୬୬୦ ଗ୍ରାମ ବ୍ରାଉନସୁଗାରର ମୂଲ୍ୟ ୬୦ ଲକ୍ଷରୁ ଉର୍ଦ୍ଧ ହୋଇଥିବା ସୂଚନା ରହିଛି ।

ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବାଘ ମଧ୍ୟରେ ଲଢେଇ

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ମହାବଳ ବାଘ ମଧ୍ୟରେ ଲଢେଇ ହୋଇଛି । ବାଘ- ବାଘ ମଧ୍ୟରେ ଲଢେଇ ହୋଇଥିବା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ। ଅଞ୍ଚଳ ଦଖଲ ନେଇ ଦୁଇ ମହାବଳଙ୍କ ମଧ୍ୟରେ ଲଢେଇ ହୋଇଥିବା ସେ ସୂଚନା ଦେଇଛନ୍ତି।

ନାଟମଣ୍ଡପ ଷ୍ଟାଟସ୍ ରିପୋର୍ଟ ଦାଖଲ

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ସଂପର୍କିତ ମାମଲା । ହଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ ଆମିକସ୍ କ୍ୟୁରି । ଆସନ୍ତା ୧୯ରୁ ୨୧ ମଧ୍ୟରେ ବୈଠକ ଡକାଯାଇଥିବା ସୂଚନା । ବୈଠକରେ ବିମ୍ ଡିଜାଇନ୍ ଓ ମରାମତି ପ୍ରଣାଳୀ ଆଲୋଚନା ହେବ । ନାଟମଣ୍ଡପ କାଠ ସିଲିଂ ଭାଙ୍ଗି ଦିଆଯାଉଥିବା ରିପୋର୍ଟରେ

ଫୁଲବାଣୀ ସବୁଠୁ ଥଣ୍ଡା

ଥଣ୍ଡା ଥଣ୍ଡା ଆଉ ଖାଲି ଥଣ୍ଡା.. ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ସୁନ୍ଦରଗଡ଼ କିରେଇ ଓ କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀକୁ ଖସି ଆସିଛି। କେନ୍ଦୁଝର, ଟିଟିଲାଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହୋଇଛି। ଆଗାମୀ ୪ରୁ ୫ ଦିନ ଯାଏଁ ମଧ୍ୟ ରାତି

ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ପରଲୋକ

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ । ୮୩ ବର୍ଷ ବୟସରେ ଭୁବନେଶ୍ୱର ବାସଭବନରେ ପରଲୋକ । ରାଜ୍ୟ ମାନବାଧିକାର ଆୟୋଗର ପ୍ରଥମ ସଦସ୍ୟ ଥିଲେ । ଷ୍ଟାଫ୍ ସିରେକ୍ସନ ଓ କୃଷି କମିଶନ ଅଧ୍ୟକ୍ଷ ମଧ୍ୟ ଥିଲେ ସୁଧାଂଶୁ ।

୯୧% ଜମି ହେବ ଜଳସେଚିତ; ଜାନୁଆରୀ ଶେଷ ସପ୍ତାହରେ ଶେରଗଡ଼ରେ ଗଡ଼ିବ ଲକ୍ଷ୍ମୀ ବସ୍

ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ବହୁତ ଭଲ ପାଉଛନ୍ତି । ଜନସାଧାରଣଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ହିଞ୍ଜିଳି ଏବଂ ଶେରଗଡ଼ ବ୍ଲକ୍‌ର ୯୧% ଚାଷ ଜମିକୁ ଜଳ ସେଚିତ କରିବା ପାଇଁ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହୋଇଛି । ଫଳରେ ଆଉ ଚାଷ ସମସ୍ୟା ରହିବ ନାହିଁ

କୃତ୍ରିମ ଅଙ୍ଗ ଯୋଗାଇବାରେ ଓଡ଼ିଶା-ମୋ ପରିବାର ଆଗରେ

ଚାଷୀଟିଏ ହେଉ କି ସେ ଛାତ୍ର ଟିଏ, ଗୃହିଣୀ ହେଉ ଅବା କୁଆଁରୀ ଝିଅଟିଏ, ସମସ୍ତ ଅସହାୟ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସକ୍ଷମ କରିବାରେ କର୍ତ୍ତବ୍ୟରତ ଓଡ଼ିଶା-ମୋ ପରିବାର । ଦିନଦୁଃଖୀ ରୁ ଆରମ୍ଭ କରି ସମ୍ଭ୍ରାନ୍ତ ଶ୍ରେଣୀର ଭିନ୍ନକ୍ଷମ ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିହ୍ନଟ କରି,

ଭୁବନେଶ୍ୱରରୁ ଲଢିବେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱରରୁ ଲଢିବେ ଶ୍ରୀମୟୀ ମିଶ୍ର । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଶ୍ରୀମୟୀ ମିଶ୍ର ବିଜେଡିରୁ ନିର୍ବାଚନ ଲଢିବା ନେଇ ମନ୍ତ୍ରୀ ଅଶୋକ ପଣ୍ଡା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀମୟୀଙ୍କୁ ଭୁବନେଶ୍ୱରର ପ୍ରାର୍ଥୀ କରିବା ନେଇ ନିଷ୍ପତ୍ତି ନେଇଥିବା ଅଶୋକ ପଣ୍ଡା କହିଛନ୍ତି ।

ଓଡ଼ିଶାରେ ଆତଙ୍କୀ

କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀକୁ କ୍ରାଇମବ୍ରାଞ୍ଚର ଏସଟିଏଫ ଗିରଫ କରିଛି । ଗିରଫ ଜଣକ ଇଶାନ ବୁଖାରୀ ହୋଇଥିବାବେଳେ ତାକୁ ଯାଜପୁର ଜିଲ୍ଲା ଧର୍ମଶାଳାରୁ ଗିରଫ କରାଯାଇଛି । ଠକେଇ ଓ ଦେଶ ବିରୋଧୀ ତତ୍ତ୍ୱ ସହ ଲିଙ୍କ ଅଭିଯୋଗରେ ତାକୁ ଗିରଫ କରାଯାଇଛି । ଅଭିଯୁକ୍ତ ଠାରୁ