Odia News Portal

ଖୁବଶୀଘ୍ର ଆୟୁଷ ହସ୍ପିଟାଲର ନବକଳେବର, ଖର୍ଚ୍ଚ ହେବ ୧୫୭ କୋଟି ଟଙ୍କା

ଆୟୁଷ ହସ୍ପିଟାଲ ଗୁଡ଼ିକର ନବକଳେବର ହେବ । ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ ୧୫୭ କୋଟି ଟଙ୍କା । ନୂତନ ଗୃହ ନିର୍ମାଣ ଓ ପୁରୁଣା ମରାମତି ପାଇଁ ରିପୋର୍ଟ ଦିଆସରିଛି । ଯଥାଶୀଘ୍ର କାର୍ଯ୍ୟ ସରିବ ବୋଲି ଆୟୁଷ ନିର୍ଦ୍ଦେଶାଳର ନିର୍ଦ୍ଦେଶିକ ପ୍ରେମଜିତ ନାୟକ ସୂଚନା ଦେଇଛନ୍ତି ।

ତାଣ୍ଡବ ରଚୁଛି ‘ମିଗଜୋମ’

ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଉଁଛି ବାତ୍ୟା ‘ମିଗଜୋମ’। ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶର ସ୍ଥଳଭାଗରେ ତାଣ୍ଡବ ରଚୁଛି ବାତ୍ୟା। ଖବର ଲେଖା ହେବା ସୁଦ୍ଧା, ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଲ୍ୟାଣ୍ଡଫଲ୍ ସ୍ଥଳରେ ପବନ ବେଗ ୯୦ରୁ ୧୧୦ କିମି ରହିଛି। ଆଜି ମଧ୍ୟରାତ୍ର

୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ : ସ୍ୱତନ୍ତ୍ର ଜିଲା ଦାବି

ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ନେଇ ମଙ୍ଗଳବାର ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି। ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ

ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ସୌରିନ୍‌ଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି

କଟକର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍ ଥିବା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି ହୋଇଛି । ଗତ ସପ୍ତାହରେ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି । ଅର୍ଥାତ୍ ଆଇନ ଆଖିରେ ଏବେ ସୌରିନ୍‌ ଜଣେ ଫେରାର୍ ଅଭିଯୁକ୍ତ । ଅନ୍ୟପଟେ ଅଭିଯୁକ୍ତ ସୌରିନ୍ ଆଗୁଆ

ବାତ୍ୟାକୁ ନେଇ ସତର୍କ କରାଇଲେ ଏସଆରସି

ବର୍ଷା ନେଇ ସତର୍କ କରାଇଲେ ଏସଆରସି ସତ୍ୟବ୍ରତ ସାହୁ । ପବନ ନୁହେଁ ବର୍ଷା ପାଇଁ ପ୍ରଭାବ ପଡିପାରେ । ବିଶେଷକରି ଦକ୍ଷିଣ ଓଡିଶା ଜିଲ୍ଲା ପ୍ରଭବିତ ହେବା ଆଶଙ୍କା । ମାଲକାନଗିରି , କୋରାପୁଟ, ରାୟଗଡା, ଗଜପତି ପ୍ରଭାବିତ ହେବ । ବର୍ଷ ଯୋଗୁଁ ମଟି ଅତଡ ଧସିବା ଓ ଗଛ ଉପୁଡିବା ଆଶଙ୍କା ରହିଛି ।

ଓଡ଼ିଶାରେ କେବଳ ନବୀନ ମଡେଲ:ଅତନୁ

୩ ରାଜ୍ୟରେ ବିଜୟୀ ବାନା ଉଡାଇବା ପରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ବଡ ବୟାନ ଦେଇଛନ୍ତି । ୩ ରାଜ୍ୟରେ ଫଳାଫଳ ଯେମିତି ହେଲା ତାହାର ପୁନରାବୃତ୍ତି ଓଡ଼ିଶାରେ ଦେଖିବାକୁ ମିଳିବ ବୋଲି ମନମୋହନ କହିଛନ୍ତି । ଯାହାର ଜବାବ ରଖିଛି ବିଜେଡି । ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅତନୁ

ଜେଲରୁ ମୁକୁଳିବେ ଅର୍ଚ୍ଚନା

ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲାରେ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳିସାରିଛି । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ସେ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି ।  

ବର୍ଷା ବିତ୍ପାତରେ ତାମିଲନାଡ଼ୁରେ ୨ ଜଣଙ୍କ ମୃତ୍ୟୁ

ରାସ୍ତା ଘାଟ, ଦୋକାନ ବଜାର ସବୁ କିଛି ପାଣିରେ ବୁଡ଼ିଛି। ଏୟାରପୋର୍ଟରେ ପାଣି, ରାସ୍ତାରେ ପାଣି, ଆପାର୍ଟମେଣ୍ଟ ଭିତରେ ପଶିଲା ପାଣି । ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ହେଉଛି। ପ୍ରଭାବରେ ଅନେକ ସ୍ଥାନରେ

ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ

ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା, ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଚଳିତ ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ। ସୋମବାର ସକାଳୁ ପାଗ ମେଘୁଆ ରହିବା ସହ ଅନେକ ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ହୋଇଛି। ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ସୂଚିତ କରାଯାଇଛି। ଏଣୁ ଏହାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ