Odia News Portal

ଘାଟିରେ ସ୍କୁଲ ବସ ଓଲଟି ଖେଳ ଶିକ୍ଷକ ମୃତ, ୨୦ରୁ ଅଧିକ ଛାତ୍ର ଛାତ୍ରୀ ଆହତ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଖେଳ ଶିକ୍ଷକଙ୍କ ମୃତ୍ୟୁ ହେବା ସହ ୨୦ରୁ ଅଧିକ ସ୍କୁଲ ପିଲା ଆହତ ହୋଇଛନ୍ତି। ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯୋଗ ଦେବାକୁ ଯାଉଥିବା ବେଳେ ଚନ୍ଦାହାଣ୍ଡି ଘାଟିରେ ବସଟି ଓଲଟି ପଡିଥିଲା।

ରେଳ ଫାଟକ ଭାଙ୍ଗି ଟ୍ରାକରେ ଚଢ଼ିଗଲା କଣ୍ଟେନର

ରେଳ ଫାଟକ ଭାଙ୍ଗି ଟ୍ରାକକୁ ଚଢ଼ିଗଲା ଏକ କାର୍ ବୋଝେଇ କଣ୍ଟେନର । ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାମ୍ପଦା ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ଫାଟକ ଭାଙ୍ଗି କଣ୍ଟେନରଟି ଟ୍ରାକ୍‌କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୁଇ ଘଣ୍ଟା ହେବ ବାଲେଶ୍ବର-ନୀଳଗିରି

୪ର୍ଥ ଦିନରେ ସ୍ୱାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ

୩ ଦିନ ପରେ ସ୍ବାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ। ସୁରୁଖୁରୁରେ ଚାଲିଛି ଗୃହକାର୍ଯ୍ୟ। ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ପ୍ରଶ୍ନକାଳରେ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ୩ ଦିନ ଧରି ଅଚଳ ହୋଇଯାଇଥିଲା ଗୃହକାର୍ଯ୍ୟ। ଧୋଇଯାଇଥିବା

ଆଜି ମହାପ୍ରଭୁଙ୍କ ବଳିବାମନ ବେଶ

ଆଜି ମହାପ୍ରଭୁଙ୍କ ବଳିବାମନ ବେଶ। ଏଥି ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର।ମହାପ୍ରଭୁ ଙ୍କୁ ଦର୍ଶନ ପାଇଁ ଶ୍ରୀ ମନ୍ଦିର ରେ ଭକ୍ତ ଙ୍କ ବେଶ୍ ଭିଡ ଲାଗି ରହିଛି।ଗତକାଲି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥିଲା। ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ନିତି ଅନୁଷ୍ଠିତ ହେବ । ମହାପ୍ରଭୁ

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଆଣିଲା…

ସିସୋର ଆର୍ଥିକ ହେରଫେର ମାମଲାରେ ଫସିଥିବା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ବିରୋଧରେ ଚାଲିଥିବା ମାମଲାରେ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଅତିରିକ୍ତ ଅଭିଯୋଗ ଦାୟର କରିଛି। ରାଜ୍ୟର ବହୁଚର୍ଚ୍ଚିତ ପ୍ରାୟ ୫ ଶହ କୋଟି ଟଙ୍କାର

ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ବିଜେଡିରେ ସାମିଲ

ଯାଜପୁର ନିର୍ବାଚନମଣ୍ଡଳୀର ଯୁବ ନେତା ତଥା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ଏବଂ ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ହୃଷିକେଶ ମେକାପଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜୁ ଜନତା

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ

ରାଜଧାନୀରେ ଅଭାବନୀୟ ଘଟଣା। କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ୍ ରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ସନ୍ତାନ ପ୍ରସବ ପରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ। କିନ୍ତୁ ପରେ ତାଙ୍କୁ

ବିଧାନସଭାରେ ଲାଗି ରହିଛି ଅଚଳାବସ୍ଥା

ବିଧାନସଭାରେ ଲାଗି ରହିଛି ଅଚଳାବସ୍ଥା। ଗୃହରେ ପୁଣି ହଟ୍ଟଗୋଳ ସୃଷ୍ଟି ହୋଇଛି। ଫଳରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଉଲ୍ଲେଖଯୋଗ୍ୟ, ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ପ୍ରଶ୍ନକୁ ରିଜେକ୍ଟ କରାଯାଉଥିବା ନେଇ ବିଜେପି

ମାଡ଼ି ଚାଲିଛି ସ୍କ୍ରବ୍ ଟାଇଫସ୍,ସୁନ୍ଦରଗଡ଼ରେ ଆଉ ୧୦ ରୋଗୀ ଚିହ୍ନଟ

ମାଡ଼ି ଚାଲିଛି ସ୍କ୍ରବ୍ ଟାଇଫସ୍ । ସୁନ୍ଦରଗଡ଼ରେ ଆଉ ୧୦ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଫଳରେ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୧୯୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବଢ଼ି ଚାଲିଥିବା ସ୍କ୍ରବ

ବିସର୍ଜନ ଆଗରୁ ରାତି ଅଧରୁ ଗାୟବ ହୋଇଗଲା ଗଣେଶଙ୍କ ମୂର୍ତ୍ତି

ରାତି ଅଧରୁ ପେଣ୍ଡାଲରୁ ଗାୟବ ହେଲା ଗଣେଶଙ୍କ ମୂର୍ତ୍ତି l ଦେଖୁ ଦେଖୁ ଉଭାନ ହୋଇ କୁଆଡେ ଚାଲିଗଲା ପ୍ରଭୁ ବିଘ୍ନ ବିନାଶକଙ୍କ ଏତେ ବଡ ମୂର୍ତ୍ତି, ସମସ୍ତେ ଖୋଜିଲେ କିନ୍ତୁ ପାଇଲେନାହିଁ.. ହଠାତ ମୂର୍ତ୍ତି ଗାୟବ କୁ ନେଇ ସମସ୍ତେ ଡରି ଗଲେ ..ପରେ ସନ୍ଦେହ କରିବାରୁ ପ୍ରକୃତ କଥା ଜଣାପଡିଲା ..