Odia News Portal

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ସେପ୍ଟମ୍ବର ୨୦ରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ସଖାଳ ୧୦ ଟା ୨୭ ରୁ ୧୦ ଟା ୪୨ ମଧ୍ୟରେ ଶୁଭ ଲଗ୍ନ । ମା ସମଲେଶ୍ୱରୀ ଙ୍କ ନିକଟରେ ହେବେ ନବାନ୍ନଲାଗି । ବ୍ରହ୍ମପୁରା ପଣ୍ଡିତ ଙ୍କ ମହାସଭାରେ ହେଲା ଲଗ୍ନ ନିର୍ଦ୍ଧାରଣ ।

ପ୍ରେମ ବିବାହକୁ ବିରୋଧ କରି ଶୁଦ୍ଧି ହେଲେ ଝିଅର ବାପଘର ଲୋକ

ଏପଟେ ବାହାଘର, ସେପଟେ ଶୁଦ୍ଧିକ୍ରିୟା । ଝିଅର ପ୍ରେମ ବିବାହକୁ ବିରୋଧ କରି ଶୁଦ୍ଧି ହେଲେ ବାପଘର ଲୋକ । କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜାର ଅଞ୍ଚଳରେ ଏଭଳି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୋୖଡ଼ପାଟଣା ମୋୖଜାର ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ

ଆହୁରୀ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା : ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବୁଧବାରକୁ ଦୁର୍ବଳ ହୋଇପଡ଼ିଛି। କିନ୍ତୁ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ଆଜି ବି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ବାୟୁମଣ୍ଡଳରେ ୭.୬ କିମି ଯାଏଁ ସକ୍ରିୟ ରହିଛି । ଫଳରେ ଆସନ୍ତା ୨ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ

ଜି-୨୦ ଶିଖର ସମ୍ମିଳନୀ; ସରକାରୀ ଗାଡି ବ୍ୟବହାର ନକରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ

ଚଳିତମାସ ୯ରୁ ଦିଲ୍ଲୀରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବୁଧବାରଠାରୁ ରାଷ୍ଟ୍ରନେତାଙ୍କ ଆଗମନ ଆରମ୍ଭ ହୋଇସାରିଥିବାବେଳେ ୮ ସୁଦ୍ଧା ସମସ୍ତ ରାଷ୍ଟ୍ରମୁଖ୍ୟ ପହଞ୍ଚିବେ ବୋଲି ଜଣାପଡିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ଆଜି ଇ-ବସ୍‌ରେ ମାଗଣା ଯାତ୍ରା କରିବେ ଯାତ୍ରୀ

ଭୁବନେଶ୍ୱରରେ ଆଜି ମାଗଣା ଇ-ବସ୍ ଇ-ରିକ୍ସା ସେବା । କ୍ରୁଟ୍‌ର ଇ-ବସ୍ ଓ ଇ-ରିକ୍ସାରେ ମାଗଣା ଯାତ୍ରା କରିପାରିବେ ଯାତ୍ରୀ । ସ୍ୱଚ୍ଛ ବାୟୁ ଦିବସ ଅବସରରେ ଭୁବନେଶ୍ୱରର ମେୟରଙ୍କ ଘୋଷଣା କରାଯାଇଛି । ପ୍ରଦୂଷଣ କମାଇବା ଲକ୍ଷ୍ୟ, ରାଜଧାନୀର ୧୦ଟି ରୁଟ୍‌ରେ ଗଢୁଛି ଇ-ବସ୍ ।

ହାଇସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

 ନଦୀ କୁ ଡେଇଁ ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ | ଅଠରବାଙ୍କୀ ନଦୀକୁ ସ୍କୁଲ ବ୍ୟାଗ ଫୋପାଡ଼ି ଡେଇଁ ପଡିଲେ ଛାତ୍ରୀ | ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେଲେ ସ୍ଥାନୀୟ ଲୋକ | ହାଇସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ |

ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ

ପବିତ୍ର ଜନ୍ମାଷ୍ଟମୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପବିତ୍ର ଜନ୍ମାଷ୍ଟମୀ ପାଳନ କରାଯାଏ । ତେବେ ଏହି ଅବସରରେ ଶ୍ରୀମନ୍ଦିରରେ ସଂନ୍ଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବା

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମାରେ ଏନକାଉଣ୍ଟର

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମାରେ ଏନକାଉଣ୍ଟର । ୨ ମାଓବାଦୀ ନିହତ । ତାଡ଼ମେଟଲା ଅଞ୍ଚଳରେ ଯବାନ -ମାଓବାଦୀ ମୁହାଁମୁହିଁ ହୋଇଥିଲେ । ସର୍ଚ୍ଚ ଅପରେସନ ବେଳେ ଯବାନଙ୍କ ଗୁଳିରେ ୨ ମାଓବାଦୀ ପ୍ରାଣ ହରାଇଛନ୍ତି । ଆହୁରି ଅନେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି ।

ଏଣିକି ସବୁଦିନ ସଂଧ୍ୟାରେ ଟ୍ୱିନସିଟିକୁ ଟ୍ରକ ମନା

ଏଣିକି ସବୁଦିନ ସଂଧ୍ୟାରେ ଟ୍ୱିନସିଟିକୁ ଟ୍ରକ ମନା । ପ୍ରତ୍ୟେକ ଦିନ ସଂଧ୍ୟା ୫ଟାରୁ ସାଢ଼େ ୭ଟା ମଧ୍ୟରେ ରହିବ କଟକଣା। ୬ ଚକିଆ କିମ୍ବା ତାଠାରୁ ଚକିଆ ଗାଡ଼ି ଚକିଆ ସହର ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ସେ ଜାତୀୟ ରାଜପଥ ହେଉ କିମ୍ବା ରାଜ୍ୟ ରାଜପଥ ସହର ମଧ୍ୟରେ ଭାରିଯାନ ଚଳାଚଳ