Odia News Portal

ବର୍ଷାଙ୍କୁ ହାଇକୋର୍ଟଙ୍କ ନୋଟିସ

ବର୍ଷା-ଅନୁଭବ ବିବାହ ବିଛେଦ ମାମଲାରେ ହାଇକୋର୍ଟଙ୍କ ନୋଟିସ | ସ୍ୱାମୀ ଅନୁଭବଙ୍କ ଆବେଦନ ଅନୁସାରେ ପତ୍ନୀ ବର୍ଷଙ୍କୁ ନୋଟିସ | ପରିବାର ଅଦାଲତକୁ ରେକର୍ଡ ଦାଖଲ ପାଇଁ ମଧ୍ୟ ନିର୍ଦେଶ | ପରିବାର ଅଦାଲତ ବିବାହ ବିଛେଦ ଆବେଦନ ଖାରଜ କରିଥିଲେ | ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ

ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ମହଲରୁ ଶୁଭେଚ୍ଛା

୭୮ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ବିଭିନ୍ନ ମହଲରୁ ନବୀନଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ନବୀନଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି ନରେନ୍ଦ୍ର ମୋଦି।

ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ଦାବିରେ ଗର୍ଜିଲା କଂଗ୍ରେସ

କୋଭିଡ୍ ବେଳେ ଶ୍ରୀମନ୍ଦିରର ଚାରି ଦ୍ୱାର ବନ୍ଦ ଥିଲା। କୋଭିଡ୍ ପରେ ଏବେ କାହିଁକି ଦ୍ୱାର ବନ୍ଦ ରହିଛି? କାର୍ତ୍ତିକମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଉ। ଏଥିସହ ରତ୍ନଭଣ୍ଡାର ଖୋଲି ଗଣତି କରାଯାଉ ଓ ବେଦାନ୍ତ ଅଧିକୃତ ଜମି ମଧ୍ୟ ଚାଷୀଙ୍କୁ ଫେରାଇ ଦିଆଯାଉ।

ଟ୍ରକ୍ ବୋଲେରୋ ମୁହାଁମୁହିଁ ଧକ୍କା, ୨ ମୃତ

ବଲାଙ୍ଗିର ଜିଲ୍ଲାରେ ସଡ଼କ ଦୁର୍ଘଟଣା ।ବଙ୍ଗୋମୁଣ୍ଡା- ଭାଲୁମୁଣ୍ଡା ରାସ୍ତା ଫୁଗୁଡା ଛକରେ ଆଜି ସକାଳେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଟ୍ରକଟି ରାୟପୁରରୁ ବଙ୍ଗୋମୁଣ୍ଡା ଅଭିମୁଖେ

ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଦେହାନ୍ତ । କଂଗ୍ରେସର ବରିଷ୍ଠ ନେତା ଥିଲେ ଯୁଧିଷ୍ଠିର ସାମନ୍ତରାୟ। ୭୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ ଯୁଧିଷ୍ଠିର । ପିପିଲିରେ ୧୯୯୫ରୁ ୨୦୦୦ ମସିହା

କେନ୍ଦୁଝରରୁ ୫୨୦ ଗ୍ରାମ ବ୍ରାଉନସୁଗାର ଜବତ: ଜଣେ ଅଭିଯୁକ୍ତ ଅଟକ

କେନ୍ଦୁଝରରେ ବି ବ୍ରାଉନସୁଗାର ଚେର। ଏସଟିଏଫ ଟିମ୍ କେନ୍ଦୁଝର ଟାଉନ ପୁଲିସର ସହଯୋଗରେ ୫୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଅଟକ ରଖି ପୁଲିସର ତଦନ୍ତ ଜାରି ରହିଛି। ଅଭିଯୁକ୍ତର ନାମ ରବୀନ୍ଦ୍ର ସାମଲ(୩୭) ହୋଇଥିବାର ବେଳେ ତାର ଘର ଆନନ୍ଦପୁର ଅଞ୍ଚଳରେ

ଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟକା

ଭାରତର ବିଭିନ୍ନ ସ୍ଥାନରେ କିଛିଦିନ ହେବ ଲଗାତର ଭୂମିକମ୍ପ ହେଉଛି । ଗତକାଲି ଦିଲ୍ଲୀରେ ଭୂମିକମ୍ପ ହୋଇଥିବା ବେଳେ ସୋମବାର ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪ ରେକର୍ଡ କରାଯାଇଛି । ପିଥୋରଗଡ ଠାରୁ ୪୮ କିଲୋମିଟର ଦୂର

୭୮ରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି ବିଶିଷ୍ଟ ରାଜନେତା ନବୀନ ପଟ୍ଟନାୟକ । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ସରଳ ବ୍ୟକ୍ତିତ୍ୱ,

ରାଜଧାନୀରେ ବାର୍ ଓ ପବ୍ ଉପରେ କମିଶନରେଟ ପୁଲିସ ପକ୍ଷରୁ ରାତିଅଧିଆ ଚଢ଼ଉ

ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାର୍ ଓ ପବ୍ ଉପରେ କମିଶନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡ଼ିକ ଉପରେ ଚଢ଼ଉ କରିଛି କମିଶନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ୍। ରାଜଧାନୀର କଟକ ରୋଡ୍, ଚନ୍ଦ୍ରଶେଖରପୁର,

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

ଦିଲ୍ଲୀ ଏନସିଆରରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୂଚନା ଅନୁଯାୟୀ, ରବିବାର ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡା ସହ ଅନେକ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭବ କରିଥିଲେ ଲୋକେ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଫରିଦାବାଦ ନିକଟରେ ଥିଲା। ଏହାର ତୀବ୍ରତା ରିଚ୍ଟର ସ୍କେଲରେ