Odia News Portal

ଆହୁରି ତିନିଦିନ ତାତିବ ଓଡିଶା

ଶୀତ ଋତୁ ସରିନି କିନ୍ତୁ ସୂର୍ଯ୍ୟଙ୍କ ପ୍ରକୋପ ଆରମ୍ଭ ହୋଇଗଲାଣି । ଦିନ ୧୧ଟାରୁ ଟାଣ ଖରା ଅନୁଭୂତ ହେଲେଣି । ସୂର୍ଯ୍ୟଙ୍କ ପ୍ରକୋପରେ ତାତୁଛି ଓଡିଶା । ଯାହାଫଳରେ ଅସ୍ତଵ୍ୟସ୍ଥ ହୋଇପଡିଲାଣି ଜନଜୀବନ । କଥାରେ ଅଛି ମାଘ ମାସରେ ବାଘ ଭଳି ଶୀତ ହୁଏ । କିନ୍ତୁ ବର୍ତ୍ତମାନ ସମୟରେ ମାଘରେ ବାଘ ଭଳି ଖରା ହେଉଛି । ଓଡ଼ିଶାର ସମସ୍ତ ସ୍ଥାନରେ ଗରମ ଅନୁଭୂତ ହେଉଛି । ଖରା ଗରମରେ କଲବଲ ହେଉଛନ୍ତି ଓଡିଶା ବାସୀ । ଦିନ ହେଉ ବା ରାତି ସବୁ ସମୟରେ ଗରମ ଅନୁଭୂତ ହେଉଛି । ତେବେ ଆସନ୍ତା ୨ରୁ ୩ ଦିନ ଏଭଳି ସ୍ଥିତି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାରି ମଧ୍ୟରେ ୧୦ରୁ ୧୨ ତାରିଖ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଯଦି ବର୍ଷା ହୁଏ ତେବେ ତାପମାତ୍ରାରେ ପରିବର୍ତ୍ତନ ଆସି ପୁଣିଥରେ ହ୍ରାସ ପାଇପାରେ ବୋଲି ଆକଳନ କରାଯାଇଛି । ଆଜି ସକାଳୁ ସକାଳୁ ରାଜ୍ୟର କେତେକ ସ୍ଥାନରେ ମାଧ୍ୟମ ଧରଣର କୁହୁଡି ପଡିଛି ।