Odia News Portal

ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ହେବ ଟ୍ବେଣ୍ଟି୨୦ ବିଶ୍ବକପ

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ ବିଶ୍ବକପ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଭାରତରେ କରୋନା ମହାମାରୀ ଭୟଙ୍କର ସ୍ଥିତିରେ ରହିଥିବାରୁ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର-ନଭେମ୍ବରରେ ଆୟୋଜନ କରିବା ଅସମ୍ଭବ ହୋଇପଡ଼ିଛି। ଏଥିପାଇଁ ଆଇସିସି ଭାରତ ବଦଳରେ ଅନ୍ୟତ୍ର ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ନେଇ ଯୋଜନା ଆରମ୍ଭ କରିଛି। ଅନ୍ୟପକ୍ଷରେ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ନେଇ ୟୁଏଇ ଓ ଓମାନ ଆଗରେ ରହିଛନ୍ତି। ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ ହୋଇନପାରିଲେ ପ୍ରଥମ ପସନ୍ଦର ଭେନ୍ୟୁ ଭାବେ ୟୁଏଇ ରହିଛି। ୟୁଏଇର ସାରଜା, ଆବୁଧାବି ଓ ଦୁବାଇ ମଧ୍ୟରୁ କୌଣସି ଗୋଟିଏ ଭେନ୍ୟୁରେ ବି ମ୍ୟାଚ ଆୟୋଜନ ହୋଇପାରେ।