Odia News Portal

ଗିରଫ ହେଲେ ଅନୀଲ ଦେଶମୁଖ

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗିରଫ । ମନି ଲଣ୍ଡରିଂ ମାମଲାରେ ୧୨ ଘଣ୍ଟା ଧରି ଅନୀଲ ଦେଶମୁଖଙ୍କୁ ପଚରାଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ସନ୍ତୋଷଜନକ ଉତର ନଦେଇ ପାରିବାରୁ ତାଙ୍କୁ ଗିରଫ କରାଯାଇଛି । ବହିଷ୍କୃତି ପୋଲିସ ଅଧିକାରୀ ସଚିନ୍ ୱାଜେଙ୍କ ସହ ସଂପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ଇଡି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ପୂର୍ବରୁ ତାଙ୍କ ବ୍ୟକ୍ତିଗତ ସଚିବ ଓ ସହାୟକଙ୍କୁ ଗିରଫ କରାଯାଇଥିଲା । ମୁମ୍ବାଇ ପୋଲିସ କମିଶନର ଥିବା ପରମବୀର ସିଂହଙ୍କ ଏକ ଚିଠି ସାମ୍ନାକୁ ଆସିଥିଲା ।