Odia News Portal

ଡ୍ରଗ୍ସ ମାମଲାରେ ଭବାନୀପାଟଣାରେ ୨ଦିନରେ ୮ ଗିରଫ

ଭବାନୀପାଟଣା: ଲକଡାଉନରେ ବଢ଼ୁଛି ନିଶା କାରବାର । ୨ଦିନରେ ଭବାନୀପାଟଣା ସହରରୁ ୮ଜଣ ଗିରଫ । ଏସ୍ପିଙ୍କ ନିର୍ଦେଶ କ୍ରମେ ସହରରେ ଡ୍ରଗ୍ସ କାରବାର ରୋକିବା ପାଇଁ ଭବାନୀପାଟଣା ପୁଲିସ ସ୍ବତନ୍ତ୍ର ଅଭିଯାନ ଚଳାଇଛି। ଗତ ୨ ଦିନ ମଧ୍ୟରେ ପୁଲିସ ବ୍ରାଉନସୁଗାର ସମେତ ଅନ୍ୟା ଡ୍ରଗ୍ସ ଜବତ କରିଥିବାବେଳେ ଏହି ମାମଲାରେ ୮ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଭବାନୀପାଟଣା ସହରର ଯୁବ ପିଢ଼ିଙ୍କୁ ଡ୍ରଗ୍ସ ଅଭ୍ୟାସ କରାଯିବା ଘଟଣାରେ କଳାହାଣ୍ଡି ପୁଲିସ ଗତ ୬ ଜୁନରେ ୨ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୩୮.୭୨ ଗ୍ରାମ ଡ୍ରଗ୍ସ ଜବତ କରିଛି। ଆଜି ପୁଣି ଭବାନୀପାଟଣା ଏହି ଘଟଣାରେ ସମ୍ପୃକ୍ତ ଥିବା ସହରର ଆଉ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୮୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ଘଟଣା ଭବାନୀପାଟଣା ସହର ସମେତ ସାରା ଜିଲାରେ ଚାଞ୍ଚଲ୍ୟ ଖେଳି ଯାଇଛି। ଭବାନୀପାଟଣା ସହରରେ ବ୍ରାଉନ ସୁଗାର ଓ ଅନ୍ୟ ଡ୍ରଗ୍ସ କାରବାର ବୃଦ୍ଧି ପାଉଥିବା ଏବଂ ସମ୍ବଲପୁର ଓ ଅନ୍ୟାନ୍ୟ ଅଞ୍ଚଳରୁ ଭବାନୀପାଟଣା ନିୟମିତ ବିଭିନ୍ନ ପ୍ରକାର ଚରସ୍, ହେରୋଇନ ଓ ବ୍ରାଉନସୁଗାର ଆଦି ଆସୁଥିବା ବିଶେଷ ସୂତ୍ରରୁ କଳାହାଣ୍ଡି ଏସପି ଶ୍ରବଣ ବିବେକ ଏମ୍ ଖବର ପାଇଥିଲେ।