Odia News Portal

ସଟଡାଉନରେ ମାତିଛନ୍ତି ଲୁଟେରା

ଭୁବନେଶ୍ୱର: ଲକଡାଉନ ଓ ସଟାଉନର ସୁଯୋଗ ନେଇ ମାତିଛନ୍ତି ଲୁଟେରା । ବାଲେଶ୍ୱରରୁ ବଲାଙ୍ଗୀର ସବୁଠି ହେଉଛି ଲୁଟ୍ । ପ୍ରତିଦିନ ଏଭଳି ଖବର ଘଟୁଥିବା ଦେଖିବାକୁ ମିଳିଛି । ତେବେ ଲକଡାଉନରେ ଲୁଟେରାମାନେ ଅଧିକ ସକ୍ରିୟ ହୋଇ ଉଠିଥିବା ଶୁଣାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଲୁଟେରାଙ୍କ ଲୁଟପାତ ଦେଖିବାକୁ ମିଳିଛି ।

ସହିଦନଗର ବିଏମସି ମଲ ସାମନାରେ ଥିବା ଗ୍ରୋସରୀ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ଆଣିଲେ ଦୋକାନୀ । ଶନିବାର ବିଳମ୍ବିତ ରାତିରେ ଦୋକାନରୁ ଲୁଟ୍ ହୋଇଛି । ଲୁଟେରାମାନେ ପ୍ରାୟ ୩ ଲକ୍ଷ ଟଙ୍କାର ସାମଦ୍ରୀ ଲୁଟି ନେଇଥିବା ସୂଚନା ମିଳିଛି । ଦୋକାନ ମାଲିକ ଜିତେନ୍ଦ୍ର ରାଉତ ଅଭିଯୋଗ କରିଛନ୍ତି ଯେ, ପଖାପକ୍ଷୀ ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଜିନିଷ ଲୁଟେରାମାନେ ଲୁଟି ନେଇଛନ୍ତି ।ଦୋକାନୀଙ୍କ ଅଭିଯୋଗ ପରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣା ସ୍ଥଳରୁ ଜଣେ ବ୍ୟକ୍ତି ଓଟୋ ରେ ଜିନିଷ ବୋହି ନେଉଥିବା ବେଳେ ପୋଲିସ ଅଟକ ରଖିଛି ।