Odia News Portal

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଦିନ ଦ୍ୱିପ୍ରହରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ । ବୁଦ୍ଧ ନଗର କଦଳୀ ଗୋଦାମ ବସ୍ତିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କାର୍ତ୍ତିକ ସାହୁ ନାମକ ଜଣେ ଯୁବକଙ୍କ ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଛି । ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ପୂର୍ବ ଶତୃତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରିଛି ପୋଲିସ ।

କମିଶନରେଟ୍ ପୋଲିସ ଅଧିନରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ଚୋରୀ ତସ୍କରୀ ସାଙ୍ଗକୁ ହତ୍ୟା କରାଯାଉଛି । କଡ଼ା ସୁରକ୍ଷା ବଳୟରେ ରହିଥିବା ସ୍କାର୍ଟସିଟିରେ ଏଭଳି ଘଟଣା କିଛି ନୂଆ ନୁହେଁ । କିଛିଦିନ ତଳେ ସିଆରପି ଛକରେ ମଧ୍ୟ ଜଣଙ୍କୁ ଗାଡ଼ି ଭିତରେ ମର୍ଡର କରାଯାଇଥିଲା । ଏବଂ ଆଉ କିଛିଦିନ ପୂର୍ବରୁ ଜଣେ ମିଠା ଦୋକାନୀଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା । ତେବେ କମିଶନରେଟ ପୋଲିସ ଅଞ୍ଚଳରେ ଏଭଳି ବାରମ୍ବାର ଘଟୁଥିବା ଘଟଣାକୁ ନେଇ ପୋଲିସ ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି ଜନସାଧାରଣ ।