Odia News Portal

ଜୀବନ ନେଲା ଜୀବନ

ଅନୁଗୁଳ: ତାଳଚେର ବଙ୍ଗଳୀତଇଲା ଅଞ୍ଚଳର ଜୀବନ ବେହେରା । ନାଁ ସିନା ହେଲେ ସେ ଜୀବନ ବଞ୍ଚାଇବା ବଦଳରେ ନେଇ ଯାଇଛି ଜୀବନ । ସେ ପୁଣି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସାମାନ୍ୟ ବଚସାରୁ ନିଜ ସ୍ତ୍ରୀ ହୀନାକୁ ଅତି ନୃଂଶସ ଭାବେ ଟାଙ୍ଗିଆରେ ହାଣି ଦେଇଥିବା ଅଭିଯୋଗ ହୋଇଛି । ପୋଲିସ ଖବର ପାଇବା ପରେ ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ସେପଟେ କେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ତାହା ସ୍ପଷ୍ଠ ହୋଇନାହିଁ । ତେବେ ପଡୋଶୀଙ୍କ କହିବା ମୁତାବକ ସେମାନଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ହୋଇଥିଲା । ଯାହାକି ଶେଷରେ ହତ୍ୟାର ରୂପ ନେଇଛି । ପୋଲିସ ଜୀବନକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।