Odia News Portal

ଶାଳୀକୁ ହାଣି ଶାଶୁକୁ ଦୁଷ୍କର୍ମ କଲା ଜ୍ୱାଇଁ

କେନ୍ଦୁଝର: ଶାଳୀକୁ ଅତି ନିର୍ମମ ଭାବରେ ହାଣିବା ପରେ ଶାଶୁକୁ ଗଛରେ ବାନ୍ଧି ଦୁଷ୍କର୍ମ କଲା ଜ୍ୱାଇଁ । କେନ୍ଦୁଝର ଜିଲ୍ଲା ବଲାଣୀ ଥାନା କିବିବୁର ଅଞ୍ଚଳରୁ ଆସିଛି ଏଭଳି ଅମାନବୀୟ ଘଟଣା । ଶାଳୀ ମରିୟନ ହସାକୁ ଟାଙ୍ଗିଆରେ ହାଣି ୨୦୦ ଫୁଟ୍ ତଳକୁ ଏକ ଘାଇରେ ଫୋପାଡ଼ିବା ପରେ ଶାଶୁ ଫୁଲମଣିକୁ ଗଛରେ ବାନ୍ଧି ଦୁଷ୍କର୍ମ କରିଛି ଜ୍ୱାଇଁ ରୂପସିଂ ସିନ୍ଧୁ । ଅଭିଯୁକ୍ତ ଫେରାରଥିବା ବେଳେ ପୋଲିସ ଘଟଣାର ତନାଘନା କରୁଛି ।

ମିଳିଥିବା ସୂଚନା ମୁତାବକ, ଛତୁ ଓ କୁରକୁଟି ଆଣିବା ଲାଗି ଜଙ୍ଗଲକୁ ଯାଇଥିଲେ ରୂପସିଂ ଓ ତାଙ୍କ ଶାଶୁ ଏବଂ ଶାଳୀ । କୌଣସି ଏକ କାରଣରୁ ଶାଳୀଙ୍କ ସହ ଝଗଡ଼ା ହୋଇଥିଲା ରୂପସିଂର । ଯାହାକି ଶେଷରେ ଉଗ୍ରରୂପ ନେଇଛି । ନୃଂଶସ ଭାବରେ ଟାଙ୍ଗିଆରେ ହାଣିବା ପରେ ଘାଇ ତଳକୁ ଫୋପାଡି ଦେଇଥିଲେ । ଏତିକିରେ ମନ ବୁଝିନଥିଲା ଯେ ପ୍ରତିବାଦ କରିଥିବା ଶାଶୁକୁ ଦୁଷ୍କର୍ମ କରିବାକୁ ପଛାଇନାହିଁ ନରରାକ୍ଷସ । ଏଭଳି ଅମାନବୀୟ ଘଟଣା ଘଟାଇବା ପରେ ଫେରାର ହୋଇଛି ରୂପସିଂ । ପୋଲିସ ଅଭିଯୁକ୍ତକୁ ଧରିବା ଲାଗି ଛାନଭିନ ଆରମ୍ଭ କରିଦେଇଛି ।