Odia News Portal

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟସ୍ଥ ମନ୍ଦିରର ହୁଣ୍ଡିରୁ ଲୁଟ୍‌

ପୁରୀ: ଲକ୍‌ଡାଉନରେ ମାତିଛନ୍ତି ଲୁଟେରା । କରୁଛନ୍ତି ଲୁଟପାତ । କେଉଁଠି ମହିଳାଙ୍କଠାରୁ ଲୁଟିଲେଣି ତ ଆଉ କେଉଁଠି ଘରେ ପଶି କରୁଛନ୍ତି ଲୁଟ୍ । ତେବେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି ମନ୍ଦିରର ହୁଣ୍ଡି ଉପରେ । ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ଥିବା ବିଶ୍ୱ ଶାନ୍ତି ଅଖଣ୍ଡ ହରିନାମ ମନ୍ଦିରର ଦାନବାକ୍ସରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତେବେ ଏହି ହୁଣ୍ଡିରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସବୁଠାରୁ ବଡ଼ କଥା ହେଉଛି ପଶ୍ଚିମ ଦ୍ୱାର ନିକଟରେ କଡ଼ା ସୁରକ୍ଷା ବଳୟ ଥାଇ ମଧ୍ୟ ଦୁର୍ବୃତ୍ତମାନେ କିପଳି ଟଙ୍କା ଲୁଟିନେଲେ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ ।