Odia News Portal

ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ, ଛେଚା ଖାଇଲେ ପ୍ରେମିକ ଓ ଦୁଇ ସାଙ୍ଗ

ଅନୁଗୁଳ: ମହଙ୍ଗା ପଡ଼ିଲା ରାତି ଅଧରେ ପ୍ରେମିକାକୁ ଦେଖା କରିବା । ପ୍ରେମିକାକୁ ଦେଖା କରିବା ଲାଗି ଯାଇଥିବାବେଳେ ଲୋକଙ୍କ ହାବୁଡ଼ରେ ଧରା ପଡ଼ିଗଲା ପ୍ରେମିକ । ସାଙ୍ଗକୁ ସାହାର୍ଯ୍ୟ କରିବା ଲାଗି ଯାଇଥିବା ଦୁଇ ଯୁବକଙ୍କୁ ମଧ୍ୟ ଧରିପକାଇଲେ ଗାଁ ଲୋକେ । ଆଉ ତିନି ଜଣଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ଛାଡ଼ିଛନ୍ତି ଲୋକେ । ଅନୁଗୁଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମାଡ଼ ଖାଇଥିବା ଯୁବକଙ୍କ ଘର କାଲବୁଦ୍ଧିଆ ଗାଁରେ ବୋଲି ଜଣାପଡ଼ିଛି । ଲୋକେ ସେମାନଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧିବା ପରେ ମାଡ଼ ମାରିଥିବା ଦେଖିବାକୁ ମିଳିଛି । ତେବେ ମାଡ଼ ମାରୁଥିବାର ଏକ ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।