Odia News Portal

ନବମ ଶ୍ରେଣୀ ଛାତ୍ରୀଙ୍କୁ ଛୁରାମାଡ଼ କରି ଯୁବକ ଗିରଫ

ବାଲେଶ୍ୱର: ଯୁବକଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ନବମଶ୍ରେଣୀ ଛାତ୍ରୀ । କ୍ରୋଧିତ ହୋଇ ଯୁବକ ଜଣକ ନାବାଳିକାଙ୍କୁ କରିଛି ଛୁରାମାଡ଼ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜଲଦା ପଞ୍ଚାୟତ ତୁଟ ଗ୍ରାମର ନିତ୍ୟାନନ୍ଦ ଜେନାଙ୍କ ମଧୁସ୍କିତାକୁ ଛୁରାମାଡ଼ କରିଛି ସେହି ଗ୍ରାମର ୨୫ ବର୍ଷୀୟ ଯୁବକ ରଶ୍ମିରଞ୍ଜନ ଦାଶ । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ।

ଆଜି ସକାଳେ ମଧୁସ୍ମିତା ଟିଉସନ ଯାଉଥିବା ବେଳେ ରଶ୍ମି ତାଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଧାଇଁ ଆସି ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ସେପଟେ ଖସିଯିବାକୁ ଚେଷ୍ଟା କରୁଥିବା ରଶ୍ମିକୁ ଧରି ପୋଲିସ ଜିମା ଦିଆଯାଇଛି । ଗୁରୁତର ଆହତ ଛାତ୍ରୀଙ୍କୁ ପ୍ରଥମେ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଦେଖାଦେଇଛି ।