Odia News Portal

ଆକ୍ସନ ମୁଡ୍‌ରେ ପାଟପୁର ପୋଲିସ

ଗଞ୍ଜାମ: ଆକ୍ସନ ମୁଡ୍‌ରେ ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ । ବେଆଇନ ଭାବେ ଚାଲିଥିବା ଫ୍ୟାକ୍ଟ୍ରି ଉପରେ କରିଛି ଚଢ଼ାଉ । ବେଆଇନ ଭାବେ ନାମୀ ଦାମୀ କମ୍ପାନୀର କୋଲଡ୍ରିଙ୍କ, ପାଣୀ ଓ କୁରକୁରି ତିଆରି କରି ମାର୍କେଟକୁ ପଠାଉଥିବା କମ୍ପାନୀ ଉପରେ ଚଢ଼ାଉ । ପୋଲିସ ଚଢ଼ାଉ କରି ପେକିଙ୍ଗ ମେସିନ, କେମିକାଲ, ବିପୁଳ ପରିମାଣର ପ୍ରସ୍ତୁତ ସାମଗ୍ରୀ ଏବଂ ଲୋଗୋ ଜବତ କରିଥିବା ସୂଚନା ମିଳିଛି । ଏନେଇ ପାଟପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ଆଶିଷ କୁମାର ମଣ୍ଡଳକୁ ପୋଲିସ ଗିରଫ କରି କେଶ ନଂ୧୯୦/୨୧ ପ୍ରକାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଜବତ ମୃଦୁ ପାନୀୟକୁ ଫୁଡ଼ ସେଫଟି ବିଭାଗକୁ ପଠାଯାଇଛି। ବେଆଇନ ଭାବେ ଚାଲିଥିବା ମୃଦୁ ପାନୀୟ ସକାଶେ ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଲୋଗୋ ବ୍ରହ୍ମପୁରରୁ ଅଣୁ ଥିବା ନେଇ ଅଭିଯୁକ୍ତ ସ୍ୱୀକାର କରିଛି ।

ଦୁଇଦିନ ତଳେ ପାଟପୁର ପୋଲିସ ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଚଢ଼ାଉ କରି ଏକ ବେଆଇନ ନକଲି ଗୁଟଖା ତିଆରି କରୁଥିବା କାରଖାନା ଉପରେ ଚଢ଼ାଉ କରିଥିଲେ । ଏହି ନକଲି ଗୁଟଖା କାରଖାନା ଚଳାଉଥିବା ଦୁଇ ଭାଇଙ୍କୁ ଗିରଫ କରିବା ସହ ମେସିନ ଓ ଯନ୍ତ୍ରାଂଶ ଜବତ କରାଯାଇଥିଲା । ଆଉ ଆଜି ଚଢ଼ାଉ କରିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି । ସମସ୍ତେ କହୁଛନ୍ତି କି ଆକ୍ସନ ମୁଡରେ ରହିଛି ପାଟପୁର ପୋଲିସ । ସେପଟେ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ।