Odia News Portal

ସମ୍ବଲପୁରରୁ ଜବତ ହେଲା ନକଲି ଔଷଧ

ସମ୍ବଲପୁର: କରୋନା ସମୟରେ ମାତିଛନ୍ତି ଅସାଧୁ ମେଡିସିନ ବ୍ୟବସାୟୀ । କାଲି କଟକ ଆଉ ଆଜି ସମ୍ବଲପୁରରୁ ଜବତ ହୋଇଛିନକଲି ମେଡିସିନ । ଟକ ସ୍ଥିତ କନିକା ଛକର ଏକ ଔଷଧ ଦୋକାନରୁ ଡ୍ରଗ କଣ୍ଟ୍ରୋଲର ସ୍ୱାର୍ଡ ଦ୍ୱାରା ବିପୁଳ ପରିମାଣରେ ନକଲି ଫାଭିପିରାଭିର ଔଷଧ ଜବତ ହୋଇଥିବା ବେଳେ ସମ୍ବଲପୁରରେ ମଧ୍ୟ ଶୁକ୍ରବାର ସନ୍ଧ୍ୟାରେ ଚଢ଼ଉ ସମୟରେ ବିପୁଳ ପରିମାଣର ନକଲି ଔଷଧ ଜବତ ହୋଇଛି।

ସମ୍ବଲପୁର ଜିଲା ଡ୍ରଗ ଅଧିକାରୀ ସତ୍ୟ ନାରାୟଣ ମଲ୍ଲିକ ଓ ଡ୍ରଗ ଜୋନାଲ ରେଞ୍ଜ ସୁନିତା ନାଥଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଜଗନ୍ନାଥ କଲୋନୀ ସ୍ଥିତ ମେଡିଲାଇନ ଏଜେନ୍ସି ରେ ଚଢ଼ଉ କରିଥିଲେ। ଏହି ଚଢ଼ଉ ସମୟରେ ୩ ପ୍ରକାରର ନକଲି କରୋନା ପ୍ରତିଷେଧକ ଔଷଧ ଜବତ କରାଯାଇଛି। ଚଢ଼ଉ ସମୟରେ ଟ୍ରିଟ – ୨୦୦ ଏବି (୩୩୦ଟି) ବଟିକା, ଟ୍ରିଟ ବିଏଲ (୬୧୦ଟି) ବଟିକା ଓ ଫେଡର – ଏସ (୬୦ଟି) ବଟିକା ଜବତ କରାଯାଇଛି। ଜବତ ହୋଇଥିବା ସମସ୍ତ ଔଷଧ ଗୁଡିକର ଅନୁମାନିକ ମୂଲ୍ୟ ୧୭ ହଜାର ୪ ଶହ ଟଙ୍କା ହେବ।