Odia News Portal

ଚାରି ଝିଅ ଓ ସ୍ତ୍ରୀକୁ ହାଣିବା ପରେ ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ

ସମ୍ବଲପୁର: ନୃଂଶସତାର ସବୁ ସୀମା ପାର । ନିଜ ଜନ୍ମକଲା ୪ଝିଅଙ୍କୁ ହାଣିଲା ବାପା । ଏମିତିରେ ମନ ବୁଝିଲାନି ଯେ ଶେଷରେ ସ୍ତ୍ରୀକୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଯୌତୁକବାହାଲ ଗାଁରେ ଘଟିଛି ଏଭଳି ଜଘନ୍ୟ ଘଟଣା ।

ଶୁକୁର ଓରାମ ନିଜର ଚାରି ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ତିନି ବର୍ଷର ସାନ ଝିଅର ମୃତ୍ୟୁ ହୋଇଥିବା ବେଳେ ୩ଝିଅ, ସ୍ତ୍ରୀ ଓ ନିଜେ ଅଭିଯୁକ୍ତ ମେଡିକାଲରେ ଭର୍ତ୍ତି ହୋଇଛି । ସମସ୍ତ ଗୁରୁତର ଆହତଙ୍କୁ ଗୋଡ଼ପସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିଥିବା ଅଭିଯୁକ୍ତ ହେଲା ସୁକୁର ଓରାମ । ତେବେ ସେ କେଉଁ କାରଣରୁ ଏଭଳି ଘଘନ୍ୟ ଘଟଣା ଘଟାଇଛି ତାହା ଜଣା ପଡିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।