Odia News Portal

ବୋହୂକୁ ଗାଁ ଦାଣ୍ଡରେ ପିଟିଲା ଶାଶୂ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଝୁଙ୍କାପଡ଼ା ଗାଁରୁ ଆସିଲା ଅଭାବନୀୟ ଦୃଶ୍ୟ । ବୋହୂକୁ ଗାଁ ଦାଣ୍ଡରେ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ମାଡ଼ ମାରିଲା ଶାଶୁ । ଯୌତୁକ ନିର୍ଯାତନା ଦେଉଛି ଶାଶୁ । ତେବେ ଏହି ଘଟଣା କିଛି ନୂଆ ନୁହେଁ । ପ୍ରତିଦିନ ବୋହୂକୁ ଏଭଳି ଅକଥନୀୟ ନିର୍ଯାତନା ଦେଉଛନ୍ତି ଶାଶୂଘର ଲୋକେ । ସ୍ୱାମୀ ଦାଦନ ଖଟୁଥିବା ବେଳେ ଶାଶୂ ଶ୍ୱଶୁରଙ୍କ ଏଭଳି ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ । ଗତକାଲି ବୋହୂ ସ୍ୱାମୀର ଦୀର୍ଘାୟୂ ମନାସୀ ବ୍ରତ ପାଳିଥିବାବେଳେ ଆଜି ମାଡ଼ ମାରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ତେବେ ମହିଳା ଜଣକ ମାଡ଼ ଖାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ ସୁଦ୍ଧା କେହି ପ୍ରତିବାଦ କରିନଥିଲେ । ପୋଲିସକୁ ଏହି ବାବାଦରେ କେହି ମଧ୍ୟ ଜଣାନଥିବା ଶୁଣିବାକୁ ମିଳୁଛି ।