Odia News Portal

ପୁଅକୁ ମାରି ବାପା ଫେରାର

କଟକ: ନିଜ ଜନ୍ମକଲା ପୁଅକୁ ମାରିଲା ବାପା । ସମ୍ପର୍କକୁ ଭୁଲି ଗୁଳି କରି ପୁଅକୁ ହତ୍ୟା କଲା ବାପା । କଟକ ଜିଲ୍ଲା ବାରଙ୍ଗ ଥାନା ବେଣ୍ଟୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯଦୁମଣି ମୁଣ୍ଡା ନିଜ ପୁଅ ଶିବକୁ ଗୁଳି କରି ହତ୍ୟା କରିବା ପରେ ଫେରାର ହୋଇଯାଇଛି । ପୋଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ତେବେ ଯଦୁମଣି କାହିଁକି ନିଜ ପୁଅକୁ ମାରିଲା ତାହା ଜଣା ପଡିନାହିଁ । ସେପଟେ ଅଭିଯୁକ୍ତକୁ ଧରିବା ଲାଗି ଛାନଭିନ୍ ଜାରି ରଖିଛି ପୋଲିସ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ ଗାଁରେ ଖେଳିଯାଇଛି ଶୋକର ଛାୟା ।