Odia News Portal
Yearly Archives

2019

ହାବିଲଦାର ଓ କନେଷ୍ଟବଳ ନିର୍ବାଚନ: ସଭାପତି ଲକ୍ଷ୍ମୀଧର ଲେଙ୍କା ଓ ସମ୍ପାଦକ ପ୍ରସନ୍ନ କୁମାର ବେହେରା

ଭୁବନେଶ୍ୱର : ଜିଲ୍ଲା ହାବିଲଦାର ଏବଂ କନେଷ୍ଟବଳ ସଂଘ ସହରାଞ୍ଚଳ ପୋଲିସ୍‌, ଭୁବନେଶ୍ୱରର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏଥିରେ ସଭାପତି ଭାବେ ଲକ୍ଷ୍ମୀଧର ଲେଙ୍କା, ସମ୍ପାଦକ ଭାବେ ପ୍ରସନ୍ନ କୁମାର ବେହେରା, ଉପସଭାପତି ମହେଶ୍ୱର ଗଉଡ଼, ସହସମ୍ପାଦକ ଭାବେ କରୁଣାକର ବାରିକ ଓ…

ବେଲବାହାଳି ବଜାରରେ ଗୁଳି ମାଡ଼

ଆନନ୍ଦପୁର: ବିଚ ବଜାରରେ ବ୍ୟବସାୟୀଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ବେଲବାହାଳି ବଜାରରେ ଘଟିଛି ଏଭଳି ଘଟଣା । ଆଜି ଅପରାହ୍ନରେ ବେଲବାହାଳି ବଜାର ଦେଇ ଘଷିପୁରାର ନିରଞ୍ଜନ ସାହୁ ନାମକ ଜଣେ ବ୍ୟବସାୟୀ ଅନ୍ୟ ଦୁଇ ଜଣଙ୍କ ସହ ସ୍କର୍ପିଓ ଗାଡ଼ିରେ…

କର୍ଣ୍ଣାଟକ କଂଗ୍ରେସର ବୈଠକ ଜାରି : ୮୦ଜଣ ବିଧାୟକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭୪ଜଣ ବିଧାୟକ ବୈଠକରେ ଉପସ୍ଥିତ ଅଛନ୍ତି

କର୍ଣ୍ଣାଟକ କଂଗ୍ରେସର ବୈଠକ ଜାରି । ବିଧାନସଭାରେ କଂଗ୍ରେସର ୮୦ଜଣ ବିଧାୟକ ଥିବା ବେଳେ ଏପର୍ଯ୍ୟନ୍ତ ୭୪ଜଣ ବିଧାୟକ ବୈଠକରେ ଉପସ୍ଥିତ ଅଛନ୍ତି । ତେବେ ଯଦି କୌଣସି ବିଧାୟକ ବୈଠକରେ ସାମିଲ ନହୁଅନ୍ତି, ସେମାନଙ୍କୁ ପାର୍ଟିର ସଦସ୍ୟତା  ଛାଡିବାକୁ ହେବ ବେ।ଲି ଚେତାବନୀ ଦେଇଛନ୍ତି ପୂର୍ବତନ…

ମାର୍ଚ୍ଚରେ ହୋଇପାରେ ନିର୍ବାଚନ ତାରିଖ ଘୋଷଣା !

ଭୁବନେଶ୍ବର: ସାଧାରଣ ନିର୍ବାଚନ ତାରିଖ ଆସନ୍ତା ମାର୍ଚ୍ଚମାସ ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ । ଏଭଳି ଏକ ସୂଚନା ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟର ଏକ ସୂତ୍ରରୁ ହସ୍ତଗତ ହୋଇଛି । ଚଳିତ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ ୩ ତାରିଖରେ ସରୁଛି । ତେଣୁ କେବେ ଓ କେତୋଟି ପର୍ଯ୍ୟାୟରେ…

ଯାଜପୁରରେ ଚାଲିଛି ଜାଲ ନୋଟ୍‌ କାରବାର !

ଯାଜପୁର ଟାଉନ୍‌: ଯାଜପୁରରେ ଚାଲିଛି ଜାଲ ନୋଟ୍‌ କାରବାର । ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ସଂପୃକ୍ତ ଅଛନ୍ତି ଜଣେ ମହିଳା । ଗତକାଲି ଏହି ମହିଳାଙ୍କ ଠାରୁ ୧୬ ହଜାର ଟଙ୍କା ନକଲି ନୋଟ ଜବତ ହେବା ପରେ ପୋଲିସର ଚିନ୍ତା ବଢ଼ିଯାଇଛି । ପୋଲିସ ଆଜି ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରିଛି ।…

୯୨ ଜଣ ଇଞ୍ଜିନିୟରଙ୍କୁ OPTCLରେ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓପିଟିସିଏଲ୍‌ରେ ନିଯୁକ୍ତ ହେଲେ ୯୨ ଜଣ ନୂଆ ଇଞ୍ଜିନିୟର। ସେମାନଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ଟିମ୍‌ ୱାର୍କ, ଟ୍ରାନ୍‌ସପେରେନ୍‌ସି ଏବଂ ଟେକ୍ନୋଲୋଜି, ଏହି ଥ୍ରୀ-ଟି ମନ୍ତ୍ରକୁ ଅନୁସରଣ କରିବାକୁ ନବୀନ ଦେଇଛନ୍ତି…

ମେଲବର୍ଣ୍ଣରେ ନୂଆ ଇତିହାସ ଲେଖିଲା ଭାରତୀୟ

ମେଲବର୍ଣ୍ଣ : ମେଲବର୍ଣ୍ଣରେ ନୂଆ ଇତିହାସ ଲେଖିଲା ଭାରତୀୟ କ୍ରିକେଟ୍‌ ଦଳ । ଚହଲଙ୍କ ଚାଲ୍‌ ଓ ଧୋନିଙ୍କ ଧୈର୍ଯ୍ୟ ଆଜି ଅନ୍ତିମ ଦିନିକିଆ ସହ ଭାରତକୁ ସିରିଜ୍‌ ବିଜୟୀ କରାଇଛି । ଅଷ୍ଟ୍ରେଲିଆକୁ ନିଜ ମାଟିରେ ଟେଷ୍ଟ ସିରିଜ୍‌ରେ ପ୍ରଥମ ଥର ହରାଇବା ପରେ ପ୍ରଥମ ଥର ଦିନିକିଆ ସିରିଜ୍‌ ମଧ୍ୟ…

ପୁରୁଣା ସ୍ମୃତି: ବିଜୁ ବାବୁଙ୍କ କଥା

ଭଦ୍ରକ: ପାଇଖାନାର କବାଟର ବନ୍ଧ, ବିଜୁ ବାବୁଙ୍କ ମୁଣ୍ଡରେ ଲାଗିଲା । ବିଜୁ ବାବୁ କହିଲେ , କବାଟର ହାଇଟ ବଢାଇ ଦେବ । ଆଉ ତା ପରେ କାନ୍ଥକୁ ଭାଙ୍ଗି , ବନ୍ଧ ହାଇଟ କରାଗଲା । ଏମିତି କିଛି ସ୍ମୃତିକୁ ସାଇତି ରଖିଛନ୍ତି ଭଦ୍ରକ ସାଳନ୍ଦୀ ଆଇ.ବି.ର କର୍ମଚାରୀ ସୁଧୀର ପ୍ରଧାନ । ଭଦ୍ରକ ବାଇପାସରେ…

ଅନ୍ଧବିଶ୍ୱାସର ଆଉ ଏକ ନମୂନା ! କୁକୁର ସହ ଝିଅ ବାହାଘର

ଯାଜପୁର : ଅନ୍ଧବିଶ୍ୱାସର ଆଉ ଏକ ନମୂନା । କାମ ଦେଉନି ସଚେତନତା ଅବା ଏକବିଂଶ ଶତାବ୍ଦୀର ସଭ୍ୟତା । କୁକୁର ସହ ବାହାଘର ହେଲା ଶିଶୁକନ୍ୟାର । ଘଟଣା ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ରେ । ୧୬ ନମ୍ବର ଜାତୀୟ ରାଜପଥ ନିକଟ ବଡ଼ଚଣା ମେଡିକାଲ ଓ ଥାନା ଠାରୁ ଅଳ୍ପ ଦୂରରେ ଗତ ମଙ୍ଗଳବାର ଦିନ…

ସୁପ୍ରତିଭ ଖୁଣ୍ଟିଆ ହେଲେ ମିଷ୍ଟର ଓଡ଼ିଶା

ପୁରୀ: ଓଡ଼ିଶା ଶ୍ରୀ ହୋଇଛନ୍ତି ପୁରୀର ସୁପ୍ରତିଭ ଖୁଣ୍ଟିଆ । ଗତ ୧୩ରେ ବଲାଙ୍ଗୀର କୋଶଳ କଳା ମଣ୍ଡପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଓଡିଶା ଶ୍ରୀ ପ୍ରତିଯୋଗିତାରେ ଓଡିଶା ଶ୍ରୀ ହୋଇଛନ୍ତି ସୁପ୍ରତିଭ । ପୁରୀ ଜିଲ୍ଲା ଆମେଚର ବଡ଼ି ବିଲଡର୍ସ ଆସୋସିଏସନ୍ ପକ୍ଷରୁ ବ୍ୟାୟାମ ଭବନରେ ଆୟୋଜିତ ଉତ୍ସବରେ…