Odia News Portal
Yearly Archives

2019

ପାଇଲିପଡ଼ା ଗ୍ରାମସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଅଗ୍ନିକାଣ୍ଡ

ଗଞ୍ଜାମ: ବ୍ୟାଙ୍କରେ ଅଗ୍ନିକାଣ୍ଡ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପାଇଲିପଡ଼ା ଗ୍ରାମସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଅଗ୍ନିକାଣ୍ଡ ହୋଇଛି। ଗତକାଲି ରାତି ପ୍ରାୟ ୩ଟା ସମୟରେ ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା। ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର ସମେତ ଅନ୍ୟାନ୍ୟ ଆସବାବପତ୍ର…

୧୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଗଜପତି: ୧୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ। ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ନୁଡ୍ରୁଜ ଗାଁ ନିକଟ ଜଙ୍ଗଲ ଜମିରେ ଏକର ଏକର ଜମିରେ ଚାଷ କରାଯାଇଥିଲା। ୫୮ଏକର ପରିମିତ ପର୍ବତ କିସମ ଜମିରେ ଚାଷ ହୋଇଥିବା ୧ଲକ୍ଷ…

ଚାଲିଲା ଭିତରକନିକାରେ କୁମ୍ଭୀର ଗଣନା

ରାଜନଗର: ରାଜନଗର ଭିତରକନିକାରେ କୁମ୍ଭୀର ଗଣନା ଚାଲିଛି । ଚଳିତ ବର୍ଷ କୁମ୍ଭୀର ଗଣନା ପାଇଁ ୨୨ଟି ଟିମ୍‌ ଗଠନ କରାଯାଇଛି । ପ୍ରାଣୀବିଜ୍ଞାନୀ, କୁମ୍ଭୀର ବିଶେଷଜ୍ଞ ନେତୃତ୍ୱରେ ଗଠିତ ଟିମ କୁମ୍ଭୀର ଗଣନା କରୁଛନ୍ତି । ‘ଜାତୀୟ ଉଦ୍ୟାନରେ ୧୧ଟିମ୍‌,ରାଜନଗରରେ ବନାଞ୍ଚଳରେ ୭ଟିମ୍‌,…

ନୂଆ ଆମିକସ୍‌କ୍ୟୁରୀଙ୍କ ନିଯୁକ୍ତିକୁ ଭକ୍ତ ଓ ସେବାୟତ ମହଲରେ ସ୍ୱାଗତ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ୧୨ ସୂତ୍ରୀ ସଂସ୍କାରମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କେଉଁଠି ରହୁଛି ଅସୁବିଧା ? ତା’ର କାରଣ ଖୋଜିବାକୁ ସର୍ବୋଚ୍ଚ କୋର୍ଟ ନିଯୁକ୍ତ କରିଛନ୍ତି ନୂଆ ଆାମିକସ୍‌ କ୍ୟୁରୀ। ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ  ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବେଲ୍‌ ହେବ ନା ଜେଲ୍‌ ! ଆଶା ଆଶଙ୍କାରେ ଚାଲିଗଲା ଜୀବନ

କେନ୍ଦ୍ରାପଡ଼ା: ଜେଲ୍ ହେବ କି ବେଲ୍ ! ଆଶଙ୍କାରେ କୋର୍ଟ ପରିସରରେ ଚେତା ହରାଇ ପଡ଼ିଲେ ଜଣେ ଅଭିଯୁକ୍ତ। ଆଉ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ୍‌ ନେଇଥିଲେ ଗାଁ ଲୋକେ। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲ ଡାକ୍ତର। ଆଜି ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା…

ଭାରତୀୟ ପୁରୁଷ ହକି ଦଳର କୋଚ୍‌ ପଦରୁ ହଟିଲେ ହରେନ୍ଦ୍ର ସିଂ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର କୋଚ୍‌ ହରେନ୍ଦ୍ର ସିଂଙ୍କୁ ବୁଧବାର ଦିନ ପଦରୁ ହଟାଇ ଦିଆଯାଇଛି। ୨୦୧୮ରେ ପୁରୁଷ ହକି ଦଳର ନୈରାଶଜନକ ପ୍ରଦର୍ଶନ ହେତୁ ଏପରି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି। ହରେନ୍ଦ୍ରଙ୍କୁ ଭାରତୀୟ କନିଷ୍ଠ ହକି ଦଳର ଦାୟିତ୍ୱ ଦିଆଯାଇଛି। ବାରମ୍ବାର କୋଚ…

ପୁଣି ପରଦାରେ ଧମାଲ ମାଚାଇବ ମୁନ୍ନା ଭାଇ ଏବଂ ସର୍କିଟ୍ ଯୋଡ଼ି

ମୁମ୍ବାଇ : କିଛି ବର୍ଷ ପୂର୍ବେ ରଲିଜ୍ ହୋଇଥିବା ମୁନ୍ନାଭାଇ ଏମବିଏସ୍ ଫିଲ୍ମ ଲୋକଙ୍କ ମନରେ ଆଜି ମଧ୍ୟ ଛାପ ଛାଡ଼ି ଦେଇଛି। ସେନେଇ ଏବେ ପୁଣିଥର ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର। ମୁନ୍ନା ଭାଇ ଏମବିବିଏସ ସିରିଜର ତିନି ନମ୍ବର ସିରିଜ୍ ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଛି। ଆଜ୍ଞା ହଁ,…

ରିଲିଜ ହେଲା ନିମକି, ନିମପୁରରୁ ନବୀନ ନିବାସ ସିନେମାର ଟ୍ରେଲର

ଭୁବନେଶ୍ବର: ରିଲିଜ ହେଲା ନିମକି, ନିମପୁରରୁ ନବୀନ ନିବାସ ସିନେମାର ଟ୍ରେଲର। ପୂର୍ବରୁ ଏହାର ପୋଷ୍ଟର ରିଲିଜ୍ ହୋଇଥିଲା। ନାରୀ କୈନ୍ଦ୍ରିକ ସିନେମା ଉପରେ ଆଧାରିତ ଏହି ସିନେମାର ଲିଡ୍ ରୋଲରେ ଅଛନ୍ତି, ବର୍ଷା ପ୍ରିୟଦର୍ଶିନୀ। ପ୍ରାୟ ବର୍ଷେ ବ୍ୟବଧାନ ପରେ ବଡ଼ ପରଦାରେ ପୁଣି ନଜର ଆସିବେ…

ଡାଇରିଆରେ ୫୦ରୁ ଅଧିକ ଆକ୍ରାନ୍ତ

କଳାହାଣ୍ଡି: ଜୁନାଗଡ ବ୍ଲକ୍ ବଳଦିଆମାଲ ଗାଁରେ ଡାଇରିଆ ଆତଙ୍କ । ଗାଁରେ ୫୦ରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ଥିବାବେଳେ ୧୫ରୁ ଅଧିକ ଲୋକଙ୍କୁ ଜୁନାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭବନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ…

କଂଗ୍ରେସ କର୍ମୀଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ

ନବରଙ୍ଗପୁର: ଉମରକୋଟ ବ୍ଳକ ଅନ୍ତର୍ଗତ ସିଂସାରୀ ଠାରେ କଂଗ୍ରେସର ଏକ ସାଧାରଣ ସଭାରେ, ଯୋଗଦେଇ ଘରକୁ ଫେରୁଥିବା ବେଳେ ପିକଅପ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ନଅ ଜଣ ଆହତ ହୋଇଛନ୍ତି । ସମସ୍ତେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି…