Odia News Portal
Yearly Archives

2022

ଶ୍ରଦ୍ଧା ହତ୍ୟା ମାମଲା: ବିକ୍ରି ହୋଇଥିବା ଫୋନ୍ ଉଦ୍ଧାର କଲା ପୋଲିସ

ଏକ ସଫଳତାରେ ଶ୍ରଦ୍ଧା ୱାକର ହତ୍ୟା ମାମଲାର ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସ ଟିମ୍ ପ୍ରଧାନ ଅଭିଯୁକ୍ତ ଆଫତାବ ପୁନାୱାଲାଙ୍କ ପୁରୁଣା ମୋବାଇଲ୍ ଫୋନ୍ ଉଦ୍ଧାର କରିଛି। ପ୍ରମାଣ ଲିଭାଇବା ଉଦ୍ଦେଶ୍ୟରେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଆଫାବ ମୋବାଇଲ୍ ଫୋନ୍ ବିକ୍ରି କରିଥିବା ଜଣାଯାଇଛି।

କେଦାରନାଥ ଧାମରେ ତିଆରି ହେବ ଶିବ ଉଦ୍ୟାନ ଓ ରାସ୍ତାରେ ୪ଟି ଚିନ୍ତନ ସ୍ଥଳ

ପ୍ରଧାନମନ୍ତ୍ରୀ ତୀର୍ଥଯାତ୍ରା ପାଇଁ କେଦାରନାଥ ଘାଟିରେ ଅନେକ ସୁବିଧା କରୁଛନ୍ତି । ଏନେଇ ସେ ନିର୍ମାଣ ଏବଂ ବିକାଶ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ସେଥିପାଇଁ ନରେନ୍ଦ୍ର ମୋଦୀ କେଦାର ଘାଟିରେ ଥିବା ଶିବ ମନ୍ଦିର ପଛପଟେ ଶିବ ଉଦ୍ୟାନ ନିର୍ମାଣ କରିବାକୁ ଯାଉଛନ୍ତି । ଏହା ତୀର୍ଥଯାତ୍ରୀଙ୍କୁ

ସୈନିକ ସ୍କୁଲ ଭୁବନେଶ୍ୱର ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ

ସହୋଦୟ ସ୍କୁଲ କମ୍ପେ୍ଲକ୍ସ ଆନୁକୂଲ୍ୟରେ ତା ୨୯ ନଭେମ୍ବର ୨୦୨୨ ରିଖ ଦିନ ସୈନିକ ସ୍କୁଲଭୁବନେଶ୍ୱରର ପରିସରରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଅଛି । ଏହି ପ୍ରଦର୍ଶନୀଟି ବିଦ୍ୟାଳୟର କନିଷ୍ଠତମ କ୍ୟାଡ଼େଟ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ସମୁଦାୟ ୩୮ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରୁ

ଦେଶର ରୋମାଞ୍ଚକର ସ୍ଥାନ ମଧ୍ୟରୁ ଗୁଲମର୍ଗ ସର୍ବୋତ୍ତମ

ବାହାଘର ପରେ ଦମ୍ପତ୍ତିମାନେ କିଛି ରୋମାଞ୍ଚକର ପର୍ଯ୍ୟଟନ ସ୍ଥଳିକୁ ଯିବାକୁ ପସନ୍ଦ କରନ୍ତି। ଏଥିପାଇଁ ସେମାନେ ବିଭିନ୍ନ ପାହିଡ଼ି ଇଲାକା, ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ, ଏବଂ ଶାନ୍ତିଦାୟକ ସ୍ଥାନକୁ ଭ୍ରମଣ କରିବାକୁ ପସନ୍ଦ କରନ୍ତି। ଆଜିକାଲି କପଲ୍‌ମାନେ ଏସବୁ ଜାଗାକୁ ହନମୁନ୍‌

ଓଡ଼ିଶାର ବିକାଶ ପାଇଁ ନବୀନଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କଲେ ପ୍ରମୁଖ ଶିଳ୍ପପତି

‘ମେକ୍ ଇନ ଓଡ଼ିଶା କନକ୍ଲେଭ୍-୨୦୨୨’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁଇ ପ୍ରମୁଖ ଶିଳ୍ପପତି ପ୍ରଶଂସା କରିଛନ୍ତି । ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଏଲ. ଏନ. ମିତ୍ତଲ କହିଛନ୍ତି, ବିଜୁ ବାବୁଙ୍କୁ ସେ ଆଗରୁ ଜାଣିଥିଲେ । ଇଣ୍ଡୋନେସିଆରେ ୧୯୭୮ରେ ବିଜୁ ବାବୁ ତାଙ୍କ ପ୍ଲାଣ୍ଟର ଉଦଘାଟନ

ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜୋରଦାର: ଆଜି ଇଡିରେ ହାଜର ହେଲେ ହୋଟେଲ୍‌ ବ୍ୟବସାୟୀ ଶିବ ପ୍ରସାଦ ଦାସ

ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ବଡ଼ ବଡ଼ ପ୍ରଭାବଶାଳୀଙ୍କ ନାଁ ଉଠିବା ପରେ ସେମାନଙ୍କୁ ଜେରା କରିବାକୁ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ବଡ଼ ପ୍ରସ୍ତୁତି କରିଛି ଭୁବନେଶ୍ୱର ତଦନ୍ତକାରୀ ଟିମ୍‌ । ଆଜି ଇଡିରେ ଭୁବନେଶ୍ୱରର ହୋଟେଲ୍‌ ବ୍ୟବସାୟୀ ଶିବ ପ୍ରସାଦ ଦାସ ହାଜର

ଗୁଜରାଟରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌: ୮୯ ଆସନରେ ମୋଟ ୭୮୮ ପ୍ରାର୍ଥୀ

ଗୁଜରାଟ ବିଧାନସଭାର ୧୮୨ ଆସନ ମଧ୍ୟରୁ ୮୯ ଆସନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ । ଅବଶିଷ୍ଟ ୯୩ ଆସନରେ ଆସନ୍ତା ୫ରେ ଦ୍ୱିତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ ବୋଲି ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଦଳର ମୋଟ ୭୮୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା

ସୁପ୍ରୀମ୍ ଅଟୋରୁ ଦାମୀ କାର କିଣିବାକୁ ଅର୍ଚ୍ଚନା କରୁଥିଲେ ବଡବଡିଆଙ୍କୁ ଫୋନ୍ କଲ୍‌

ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଖଗେଶ୍ୱରଙ୍କ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ ଚନ୍ଦନ । ଇଡି ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଅବିନାଶ ଖଗେଶ୍ୱରଙ୍କ ବରିଷ୍ଠ ସହଯୋଗୀ ଥିଲେ । କାର ବ୍ୟବସାୟରେ ତାଙ୍କୁ ସାହାର୍ଯ୍ୟ କରନ୍ତି । ତେବେ ଖଗେଶ୍ୱରଙ୍କ ସହ ତାଙ୍କର ଟଙ୍କା କାରବାର ମଧ୍ୟ

ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭର ଆଜି ଦ୍ୱିତୀୟ ଦିନ: ଓଡ଼ିଶାରେ ଶିଳ୍ପ ସମ୍ଭାବନା, ଲଜିଷ୍ଟିକ ଉପରେ ହେବ ଆଲୋଚନା

ଶିଳ୍ପ ମହାକୁମ୍ଭ ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭର ଆଜି ଦ୍ୱିତୀୟ ଦିନ । ଆଜି ସ୍ୱତନ୍ତ୍ର ଅଧିବେଶନରେ ଓଡ଼ିଶାରେ ଶିଳ୍ପ ସମ୍ଭାବନା, ଲଜିଷ୍ଟିକ ଆଦି ଉପରେ ଆଲୋଚନା କରାଯିବ । ଦେଶ ବିଦେଶରୁ ଆସିଥିବା ଶିଳ୍ପମୁଖ୍ୟଙ୍କ ଗହଣରେ ନୂଆ ଶିଳ୍ପନୀତି ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏଥିରେ

ଶ୍ରୀକ୍ଷେତ୍ରରେ ଦେଖାଗଲା ଜୀବନ୍ତ ଶଙ୍ଖ

ପୁରୀ ସହରରେ ଦେଖିବାକୁ ମିଳିଛି ଜୀବନ୍ତ ଶଙ୍ଖ। ପୌରପାଳିକା ନରେନ୍ଦ୍ରକୋଣ ବାରବାଟୀ ଅଞ୍ଚଳରେ ଦୁଇଟି ଜୀବନ୍ତ ଶଙ୍ଖ ମିଳିଛି। ଅଭିନେତା ତଥା ମାଳଖମ୍ବ ଆସୋସିଏସନ୍‌ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି ଗତକାଲି ନିଜ ଘରକୁ ଫେରୁଥିବା ବେଳେ ଅନ୍ଧାରରେ ଦୁଇଟି ଜୀବ ଚାଲୁଥିବା ଦେଖିବାକୁ ପାଇଥିଲେ ।