Odia News Portal
Yearly Archives

2023

୧୦ ବର୍ଷରେ ୫୧ ହାଜତ ମୃତ୍ୟୁ

ଗତ ୧୦ ବର୍ଷ ଭିତରେ ଥାନା ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତ ଓ  ୫୪୬ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ଵରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା। ରାଷ୍ଟ୍ର ମନ୍ତ୍ରୀଙ୍କ

ପ୍ରଚଣ୍ଡ ଶବ୍ଦରେ ଥରିଲା ୪ ଜିଲ୍ଲା

ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ବର । ବାଲେଶ୍ବର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ମଧ୍ୟ ଶୁଭି ଥିବାର ସୂଚନା ମିଳିଛି । ଆକାଶରେ ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଭୟଭୀତ ହୋଇ ଘର ବାହାରକୁ ମଧ୍ୟ ପଳେଇ ଆସିଥିଲେ । ଏହି ଶବ୍ଦ ମିସାଇଲ ପରୀକ୍ଷଣର ନା ଅନ୍ୟ କିଛି ଅସ୍ପଷ୍ଟ ରହିଛି । ଅନ୍ୟ

୪୦ ଲକ୍ଷରୁ ଅଧିକ ମୂଲ୍ୟର କଫ୍ ସିରପ ଜବତ

ନିଶା ବିରୋଧରେ ବଲାଙ୍ଗିର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ବଲାଙ୍ଗିର ସହରରୁ ୪୦ଲକ୍ଷରୁ ଅଧିକ ମୂଲ୍ୟର କଫ୍ ସିରପ ଜବତ କରିଛି ପୋଲିସ । ଏହାସହ ୨ଟି ଦାମୀ ଗାଡି ବି ଜବତ କରାଯାଇଛି । ଏହାସହ ରାଜ୍ୟ ଓ ରାଜ୍ୟ ବାହାରୁ ୩୫ଜଣଙ୍କୁ ଗିରଫ କରାଯାଇଛି । ସହରରେ ନିଶା କାରବାର ପାଇଁ ଅପରାଧ ବଢ଼ି

 ‘ନାଟୁ ନାଟୁ’କୁ ଓସ୍କାର ସମ୍ମାନ

ଓସ୍କାର ଆୱାର୍ଡ ୨୦୨୩ରେ ଏଥର କମାଲ କରିଛି ଭାରତୀୟ ଫିଲ୍ମ । ୯୫ ତମ ଓସ୍କାର ଆୱାର୍ଡରେ ଦୁଇ ଦୁଇଟି ବିଭାଗରେ ଭାରତୀୟ ଫିଲ୍ମ ବାଜିମାରି ନେବା ସିନେମା ପ୍ରେମୀଙ୍କୁ ଉତ୍ସାହିତ କରିଛି । ବହୁ ଚର୍ଚ୍ଚିତ ଫିଲ୍ମ ‘ଆରଆରଆର’ର ଗୀତ ନାଟୁ ନାଟୁ ଓସ୍କାର ପୁରସ୍କାର ପାଇଛି । ବେଷ୍ଟ ଅରଜିନାଲ ସଙ୍ଗ

ତୁ ଝୁଠୀ ମେଁ ମକ୍କାର

ପ୍ରଶଂସକମାନେ ଉତ୍ସାହର ସହିତ ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ତୁ ଝୁଠୀ ମେଁ ମକ୍କାର’କୁ ଅପେକ୍ଷା କରିଥିଲେ। ହୋଲି ଅବସରରେ ଏହି ଫିଲ୍ମ ମାର୍ଚ୍ଚ ୮ରେ ମୁକ୍ତିଲାଭ କରିଛି । ‘ତୁ ଝୁଠୀ ମେଁ ମକ୍କାର’ରେ ପ୍ରଥମ ଥର ପାଇଁ ଦର୍ଶକ ରଣବୀର ଏବଂ

ବୁଡ଼ାଜାହାଜରୁ ୨ଟି ‘ଷ୍ଟ୍ରାଟେଜିକ୍‌ କ୍ରୁଜ୍‌ ମିସାଇଲ୍‌’ ଉତ୍‌କ୍ଷେପଣ କଲା ଉତ୍ତର କୋରିଆ

ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ କରିବା ଆଗରୁ ଶକ୍ତି ପ୍ରଦର୍ଶନପୂର୍ବକ ଉତ୍ତର କୋରିଆ ଗୋଟାଏ ବୁଡ଼ାଜାହାଜରୁ ଦୁଇଟି ‘‌ଷ୍ଟ୍ରାଟେଜିକ୍‌ କ୍ରୁଜ୍‌ ମିସାଇଲ୍‌’ ପରୀକ୍ଷାମୂଳକ ଉତ୍‌କ୍ଷେପଣ କରିଥିବା କଥା ଆଜି ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି।‘କେସିଏନ୍‌ଏ’ ନିଉଜ୍‌

ଆଜିଠାରୁ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ, ଆଦାନୀ ଓ ଇଡି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

ଆଜିଠାରୁ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଅଧିବେଶନର ଏହି ପର୍ଯ୍ୟାୟରେ ସରକାରଙ୍କ ମୁଖ୍ୟ ଏଜେଣ୍ଡା ଦୀର୍ଘ ଦିନ ଧରି ବିଚାରାଧୀନ ବିଲ୍ ପାସ୍ କରିବା ହେବ। ଅଧିବେଶନର ଏହି ପର୍ଯ୍ୟାୟରେ ରାଜ୍ୟସଭାରେ ୨୬ଟି ବିଲ୍ ଏବଂ ଲୋକସଭାରେ ୯ଟି ବିଲ୍ ବିଚାରାଧୀନ ଅଛି।

ମହିଳା ସରପଞ୍ଚଙ୍କ ମୃତ୍ୟୁ

ପୁରୀ ଜିଲା ନିମାପଡ଼ା ଡେଲ୍‌ଟା ଛକରେ ଏକ ହାଇୱା ଧକ୍କାରେ ଶନିବାର ଜଣେ ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ଦୀପା ବେହେରା(୩୨)। ଏନେଇ ତାଙ୍କ ପୁତୁରା ପ୍ରଶାନ୍ତ ବେହେରା ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି।

୪ଟି ଜଙ୍ଗଲ ଗାଁ ରାଜସ୍ବ ଗ୍ରାମ ଘୋଷଣା

ମୟୂରଭଞ୍ଜ ଜିଲାରେ ପ୍ରଥମ ଥର ପାଇଁ ୪ଟି ଜଙ୍ଗଲ ଗାଁ ରାଜସ୍ବ ଗ୍ରାମ ଘୋଷଣା ପାଇଁ ବିଭାଗୀୟ ସ୍ବୀକୃତି ପାଇଛି। ଠାକୁରମୁଣ୍ଡା ବ୍ଲକ୍‌ର ଭଳିଆଡ଼ାଳ ପଞ୍ଚାୟତରେ ୪ ଗ୍ରାମ ଅବସ୍ଥିତ। ଜଙ୍ଗଲ ଗ୍ରାମକୁ ରାଜସ୍ବ ଗ୍ରାମ ପାଇଁ ରାଜସ୍ବ ପରିଷଦ କଟକଙ୍କ ପତ୍ର ସଂଖ୍ୟା ଭିଆଇ,୧୦/୨୦୧୮ ୭୭୬/ଏଲଆର ଏବଂ

ପିକଅପ୍‌-ବାଇକ ଧକ୍କା: ୨ ମୃତ

 ପିକଅପ୍‌- ବାଇକ ମୁହାଁମୁହିଁ ଧକ୍କା ହୋଇଥିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏନଏଚ୍ ୫୫ ଜରପଡା ଥାନା ସାନ୍ତାପୁର ନିକଟରେ ଏହିଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ପିକଅପ୍ ଡ୍ରାଇଭର ସେହି ସମୟରେ ଚମ୍ପଟ ମାରି ଫେରାର ହୋଇଯାଇଥିଲେ ।