Odia News Portal
Yearly Archives

2024

ମୋକିମଙ୍କୁ ସୁପ୍ରମିକୋର୍ଟରୁ ଆଶ୍ବସ୍ତି

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରମିକୋର୍ଟରୁ ଆଶ୍ବସ୍ତି ମିଳିଛି । ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ତାଙ୍କୁ ଆତ୍ମସମର୍ପଣରୁ ଛାଡ଼ କରିଛନ୍ତି । ଏପ୍ରିଲ ୨୨ ପରବର୍ତୀ ଶୁଣାଣି ପର୍ଯ୍ୟନ୍ତ ମୋକିମ ଆତ୍ମସମର୍ପଣ କରିବେନି । ଓଆରଏଚଡ଼ିସି ଦୁର୍ନୀତି ମାମଲାରେ

ଆକାଶରୁ ଖସୁଛି ଅଗ୍ନି ପିଣ୍ଡୁଳା

ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ବାଲେଶ୍ବରରେ ୪୦ ଟପିଲା ତାପମାତ୍ରା । ଦିନ ୧୧ଟା ୩୦ ସୁଦ୍ଧା ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୯.୬, ଝାରସୁଗୁଡ଼ାରେ ୩୯.୫, ଚାନ୍ଦବାଲିରେ ୩୯.୧ ଓ କେନ୍ଦୁଝରରେ ୩୯ ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଛି ।

UPSC ପରୀକ୍ଷା ଫଳ ପ୍ରକାଶ: ଓଡ଼ିଆ ପୁଅ ଅନିମେଶ ପ୍ରଧାନ ଦ୍ୱିତୀୟ

UPSC ପ୍ରଶାସନିକ ସେବା ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ ଏବଂ ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି। UPSC ପ୍ରତିବର୍ଷ ତିନୋଟି ପର୍ଯ୍ୟାୟରେ

ପୋଖରୀରେ ବୁଡ଼ି ଗଲେ ଦୁଇ ସଂପର୍କୀୟ ଭଉଣୀ

ପୋଖରୀରେ ଗାଧୋଉ ଥିବା ବେଳେ ବୁଡ଼ି ଗଲେ ଦୁଇ ସଂପର୍କୀୟ ଭଉଣୀ। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ଗାଁର ଡାହି ସାହିରେ। ମୃତକ ଦ୍ୱୟ ହେଉଛନ୍ତି ଗାଁର ସନ୍ତୋଷ ନାୟକଙ୍କ ଝିଅ ସୁରେଖା ନାୟକ (୧୫) ଓ ରାସପୁର ନାୟକଙ୍କ ଝିଅ ଝିଲ୍ଲୀ ନାୟକ (୧୭)। ଆଜି ଦିନ ପ୍ରାୟ

ସଲ୍‌ମାନଙ୍କ ଘରକୁ ଗୁଳିମାଡ଼ ଘଟଣା : ୨ ଅଭିଯୁକ୍ତ ଗିରଫ

ବଲିଉଡ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ଘର ବାହାରେ ଏପ୍ରିଲ ୧୪ ତାରିଖ ଦିନ ଗୁଳି ଫୁଟାଇ କିଛି ଅଜଣା ଦୁର୍ବୃତ୍ତ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା କୁହାଯାଉଥିଲା। ଏବେ ସେହି ବ୍ୟକ୍ତିଙ୍କୁ ଗୁଜୁରାଟରୁ ଗିରଫ କରାଯାଇଛି। ଗୁଜୁରାଟର ଭୁଜଠାରୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌

ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ

ଆଜି ପବିତ୍ର ଅଶୋକାଷ୍ଟମୀ। ପ୍ରଭୁ ଲିଙ୍ଗରାଜଙ୍କର ଗଡ଼ିବ ରୁକୁଣା ରଥ। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର। ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି। ନିର୍ଦ୍ଧାରିତ ସମୟ ଅନୁଯାୟୀ  ଆଜି ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ନୀତିକାନ୍ତି କରାଯାଇଛି। ଅପରାହ୍ଣ ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜଙ୍କର

ବିଧାନସଭା ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨୧ ଜଣଙ୍କ ନାଁ ରହିଛି । ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ । ପାଟଣାରୁ ଅଖିଲ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ ହାଁସଦା,ରାଇରଙ୍ଗପୁରରୁ

ନିର୍ବାଚନ ପୂର୍ବରୁ ଡିଜିପିଙ୍କ ମାଲକାନଗିରି ଗସ୍ତ, ସୁରକ୍ଷା ସ୍ଥିତିର ସମୀକ୍ଷା

ନିର୍ବାଚନ ପୂର୍ବରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ମାଲକାନଗିରି ଜିଲ୍ଲା ଗସ୍ତ କରି ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ସ୍ବାଭିମାନ ଅଞ୍ଚଳରେ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମାଓ

୬ ବର୍ଷ ପାଇଁ କଂଗ୍ରେସରୁ ବିଦା ହେଲେ ସୁର ରାଉତରାୟ

ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି କଂଗ୍ରେସ । ୬ ବର୍ଷ ପାଇଁ ସୁର ରାଉତରାୟଙ୍କୁ କଂଗ୍ରେସରୁ ବହିଷ୍କୃତ କଲା ଏଆଇସିସି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ୟ୍ୟ ପାଇଁ ସୁରଙ୍କ ବିରୋଧରେ କଂଗ୍ରେସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏଥର ସ୍ୱାଭାବିକ ଠାରୁ ଅଧିକ ବର୍ଷା

ଏଥର ମୌସୁମୀରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଜୁନ୍ ରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ