ଦେଶକୁ ସୁରକ୍ଷା ଦେବା ସହିତ ଭାରତୀୟ ସେନାର ସୈନିକମାନେ ବିଭିନ୍ନ କ୍ରୀଡ଼ାରେ ମଧ୍ୟ ଭାଗ ନେଉଛନ୍ତି। ସୋସିଆଲ ମିଡିଆରେ ସେନାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେମାନେ କ୍ରିକେଟ୍ ଏବଂ ଆଇସ୍ ହକି ମ୍ୟାଚ୍ ଖେଳୁଥିବାର ଦେଖାଯାଉଛି। ଗତକାଲି ସେନାର ଯବାନମାନେ କ୍ରିକେଟ ଖେଳୁଥିବାର ଦେଖାଯାଇଥିଲା । ଆଉ ଆଜି ଯବାନମାନେ ହକି ଖେଳୁଥିବାର ନଜର ଆସିଛନ୍ତି । ଭାଇରାଲ୍ ଭିଡିଓରେ ଗଲୱାନ୍ ଘାଟି ନିକଟରେ ନିୟୋଜିତ ଭାରତୀୟ ସେନାର ସୈନିକମାନେ ହକି ଖେଳୁଥିବା ନଜର ଆସିଛନ୍ତି। ଏଲଏସି ନିକଟରେ ଡ଼ିବିଓ ସେକ୍ଟରରେ ଯବାନମାନେ ଆଇସ ହକି ଖେଳୁଥିବାର ନଜର ଆସିଛନ୍ତି। ଉଲ୍ଲେଖ ଥାଉ କି ଗତକାଲି ତ୍ରିଶୁଲ ଡିଭିଜନର ପଟିଆଲା ବ୍ରିଗେଡ୍ ଗଲୱାନ ଘାଟି ନିକଟରେ ଏକ କ୍ରିକେଟ୍ ଟୁର୍ନାମେଣ୍ଟ ଆୟୋଜନ କରିଥିଲା। ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଟ୍ୱିଟରେ ସୈନିକମାନଙ୍କ କ୍ରିକେଟ ଖେଳ ସମୟର ଫଟୋ ପୋଷ୍ଟ କରାଯାଇଥିବାବେଳେ କେଉଁଠାରେ ମ୍ୟାଚ୍ ଖେଳାଯାଇଥିଲା ସେ ସମ୍ପର୍କରେ ସୂଚନା ଦିଆଯାଇନଥିଲା । ଉଲ୍ଲେଖ ଥାଉ କି ଗଲୱାନ ଘାଟିରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା | ପେଙ୍ଗାଙ୍ଗ ହ୍ରଦ ଅଞ୍ଚଳରେ ହିଂସାତ୍ମକ ସଂଘର୍ଷ ପରେ ମେ ୫, ୨୦୨୦ ରେ ପୂର୍ବ ଲଦାଖ ସୀମା ଅଞ୍ଚଳରେ ବିବାଦ ଲାଗି ରହିଥିଲା। ଜୁନ୍ ୨୦୨୦ ରେ, ଗଲୱାନ ଘାଟିରେ ପୁଣି ଉଭୟ ସେନା ମୁହାଁମୁହିଁ ହେବା ପରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ଆହୁରି ତିକ୍ତତା ଦେଖାଦେଇଥିଲା