Odia News Portal

କରୋନା ଟିକା ବିକାଶ କରିଥିବା ରୁଷ୍ ବୈଜ୍ଞାନିକଙ୍କୁ ହତ୍ୟା

ରୁଷ୍‌ର ସ୍ପୁଟନିକ ଭି କରୋନା ଟିକା ବିକାଶ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିବା ରୁଷ୍‌ ବୈଜ୍ଞାନିକ ଆଣ୍ଡ୍ରେ ବୋଟିକଭ୍‌ଙ୍କୁ ହତ୍ୟା କରାଯାଇଛି। ବେଲ୍ଟ ଦ୍ବାରା ତାଙ୍କୁ ଶ୍ବାସରୁଦ୍ଧ କରି ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ୪୭ ବର୍ଷୀୟ ବୋଟିକଭ୍‌ ଗମଲେୟା ନେସନାଲ ରିସର୍ଚ୍ଚ‌ ସେଣ୍ଟର ଫର ଇକୋଲୋଜି ଆଣ୍ଡ ମ୍ୟାଥମେଟିକ୍ସରେ ଜଣେ ବରିଷ୍ଠ ବିଶେଷଜ୍ଞ। ବୋଟିକଭ୍‌ଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ଜଣେ ସନ୍ଦିଗ୍ଧକୁ ଗିରଫ କରାଯାଇଛି। ତଦନ୍ତକାରୀ ଅଧିକାରୀଙ୍କ ଅନୁଯାୟୀ ୨୯ ବର୍ଷୀୟ ସନ୍ଦିଗ୍ଧର ବୋଟିକଭଙ୍କ ସହ ବଚସା ହେବାରୁ ସେ ବେଲ୍ଟ ଦ୍ବାରା ତାଙ୍କ ତଣ୍ଟି ଦବାଇ ହତ୍ୟା କରିଛି। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ ହୋଇଛି।