Odia News Portal

ଇଣ୍ଡୋନେସିଆରେ ଭୂସ୍ଖଳନ: ୧୧ ମୃତ, ୫୦ରୁ ଊର୍ଦ୍ଧ୍ୱ ନିଖୋଜ

ଇଣ୍ଡୋନେସିଆର ପୂର୍ବାଞ୍ଚଳ ଜୁନୈନା ପ୍ରଦେଶରେ ସୋମବାର ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ୧୧ ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଅଧିକ ଲୋକଙ୍କର ପତ୍ତା ମିଳୁନାହିଁ । ବୋର୍ଣ୍ଣିଓ ନିକଟବର୍ତ୍ତୀ ସେରାସାନ୍ ଦ୍ୱୀପ୍‌ରେ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟିଛି । ଭୂସ୍ଖଳନ ଯୋଗୁଁ ଯୋଗାଯୋଗ୍ୟ ବ୍ୟବସ୍ଥା ବିଚ୍ଛନ୍ନ ହୋଇପଡିଥିବାରୁ ମୃତାହତଙ୍କ ପ୍ରକୃତ ସଂଖ୍ୟା ଜଣାପଡୁନଥିବା କୁହାଯାଇଛି ।

ପ୍ରଭାବିତ ସ୍ଥାନରେ ପବନ ଜୋରରେ ବୋହୁଥିବାବେଳେ ସମୁଦ୍ରରେ ବହୁ ଉଚ୍ଚତାକୁ ଜୁଆର ମଧ୍ୟ ଉଠୁଛି । ପାଣିପାଗରେ ଘନ ଘନ ପରିବର୍ତ୍ତନ ଘଟୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା କୁହାଯାଇଛି ।