Odia News Portal

ଡ୍ରାଇଭର ଆନ୍ଦୋଳନ ସ୍ଥଗିତ

ଡ୍ରାଇଭର ଆନ୍ଦୋଳନ ସ୍ଥଗିତ। ଏନେଇ ଆଜି ଅପରାହ୍ନରେ ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି।

ସେ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବ ୩ ମାସ ସମୟ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଆଜି ସମାନ କଥା ସେ ଗଣମାଧ୍ୟମ ଆଗରେ ଦୋହରାଇଛନ୍ତି। ଆନ୍ଦୋଳନ ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ତେଣୁ ଲୋକଙ୍କ ଅସୁବିଧା ଓ ସରକାରଙ୍କ ପ୍ରତିଶ୍ରୁତିକୁ ଦେଖି ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଦାବି ପୂରଣ ନେଇ ସରକାର ୯୦ ଦିନ ସମୟ ନେଇଛନ୍ତି। ୯୦ରୁ ୯୧ ଦିନ ହେଲେ ଆମେ ଆନ୍ଦୋଳନକୁ ପୁଣି ଓହ୍ଲାଇବୁ। ଲକ୍ଷ ଲକ୍ଷ ଡ୍ରାଇଭର ନବୀନ ନିବାସ ଯିବେ ଓ ସମୂହ ଆତ୍ମାହୁତି ଦେବେ।