Odia News Portal

ବାଘ ପାଇଁ ସନ୍ଧ୍ୟା ହେଲେ ଗାଁରେ ତାଟି କବାଟ, କାମକୁ ଯାଉନାହାନ୍ତି ଲୋକେ

ଥମୁନି ବାଘ ଆତଙ୍କ। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଜଳମଡ଼େଇ ଗାଁରେ ମହାବଳ ବାଘ ଆତଙ୍କ। ବାଘର ଗତିବିଧି ଅନୁଧ୍ୟାନ କରିବାକୁ ଜଙ୍ଗଲରେ ୧୦ଟି ଟ୍ରାପ କ୍ୟାମେରା ଲଗାଇଛି ବନବିଭାଗ। ଏନେଇ ସୂଚନା ଦେଇଛନ୍ତି ସୁନାବେଡା ବନ୍ୟଜନ୍ତୁ ବିଭାଗ ରେଞ୍ଜର ଶିବ ପ୍ରସାଦ ଖମାରୀ ।

ସେପଟେ ଭୟରେ ଗାଁରେ ସନ୍ଧ୍ୟା ହେଲେ ତାଟି କବାଟ ପଡିଯାଉଛି। ଲୋକମାନେ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇପାରୁନାହାଁନ୍ତି। ବନବିଭାଗ କର୍ମଚାରୀଙ୍କୁ ଗାଁରେ ମୁତୟନ କରାଯିବା ସହ ଲୋକଙ୍କୁ ସତର୍କ ରହିବାକୁ ସଚେତନ କରାଯାଉଛି।

ଗତ ରବିବାର ସନ୍ଧ୍ୟାରେ ଗାଁର ସାନମତୀ ନିଜ ଘର ପଛପଟ ବାଡି଼କୁ ଜାଳେଣି କାଠ ଆଣିବାକୁ ଯାଇଥିବାବେଳେ ବାଘ ଝାମ୍ପି ନେଇ ମାରିଖାଇଦେଇଥିଲା। ବାଘ ଆତଙ୍କ ପାଇଁ ଗାଁରେ ଭୟର ବାତାବରଣ ଦେଖାଯାଇଛି।