Odia News Portal

ମହାନଦୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା

ମହାନଦୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀଙ୍କ ହୋହଲ୍ଲା। ସ୍ୱତନ୍ତ୍ର ମୋସନ ଆକାରରେ ମହାନଦୀ ପ୍ରସଙ୍ଗ ଆଲୋଚନା ହେଉ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଦାବି ରଖିଥିଲେ। ବିଜେପି ମଧ୍ୟ କଂଗ୍ରେସ ସହିତ ସ୍ୱର ମିଳାଇଥିଲା। ଉଭୟ ଦଳର ସଦସ୍ୟ ଗୃହରେ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଗତକାଲି ବିଧାନସଭାରେ ମହାନଦୀ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଥିଲା ଶାସକ ଦଳ । କେନ୍ଦ୍ରର ଟାଳଟୁଳ ନୀତି ପାଇଁ ମହାନଦୀ ଜଳ ବିବାଦର ସମାଧାନ ହୋଇପାରୁନଥିବା କହିଥିଲା ବିଜେଡି । ଅନ୍ୟପଟେ ବିରୋଧୀଙ୍କ ଏଭଳି ହଟ୍ଟଗୋଳକୁ ନେଇ ବିଜେଡି କହିଛି କଂଗ୍ରେସ-ବିଜେପି ଭାଇ ଭାଇ, ଗୃହକୁ ଚଳାଇ ଦେଲେ ନାହିଁ ।