ରାଜ୍ୟ ସରକାର ଗରିବ ଲୋକମାନଙ୍କୁ ସୌଭାଗ୍ୟ ଯୋଜନା ମାଧ୍ୟମର ମାଗଣା ବିଦ୍ୟୁତ ଯୋଗାଇ ଦେଉଛନ୍ତି । କିନ୍ତୁ ବିଦ୍ୟୁତ ସଂଯୋଗ ପରଠାରୁ ବିଭିନ୍ନ ଉପାୟରେ ଟଙ୍କା ଆଦାୟ କରୁଛନ୍ତି କମ୍ପାନୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ନୂଆଗାଁ ବ୍ରାହ୍ମଣ ସାହିର ବିଦ୍ୟୁତ ଉପଭୋକ୍ତାମାନେ ଏଭଳି ଅଭିଯୋଗ ଆଣିଛନ୍ତି । ଏପରିକି ମାସିକ ବିଦ୍ୟୁତ ବିଲ ପୈଠ କରୁଥିଲେ ବି ବକେୟା ଥିବା ନେଇ ଟାଟା ପାୱାରର ନୋଟିସ୍ ଆସୁଛି । ତେଣୁ ତୁରନ୍ତ ବିଦ୍ୟୁତ ବିଲ ସଂଶୋଧନ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
