Odia News Portal

ନୂଆପଡ଼ା ଜିଲ୍ଲାରେ ଥମୁନି ବାଘ ଆତଙ୍କ,ପୁଣି ବାଛୁରୀକୁ ମାରିଲା ବାଘ

ପୁଣି ବାଛୁରୀକୁ ମାରିଲା ବାଘ। ନୂଆପଡ଼ା ଜିଲ୍ଲାରେ ଥମୁନି ବାଘ ଆତଙ୍କ। ଧରମବନ୍ଧା ଥାନା କୋଦାପାଲି ଗାଁର ଗୌର ସାହୁଙ୍କ ବାଛୁରୀକୁ ବାଘ ମାରି ଖାଇଛି। ଟାନଓ୍ଵାଟ-କେରମେଲୀ ମୁଖ୍ୟ ରାସ୍ତାରେ ବାଘ ବୁଲୁଥିବା ଦେଖିଥିଲେ ଲୋକ । ଗତ କିଛି ଦିନ ହେବ ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ଭୟ ବଢୁଛି । ସଞ୍ଜ ନଇଁବା ସହ ବଢୁଛି ବାଘ ଭୟ ।

ରାତି ହେବା କ୍ଷଣି ଘରେ ଘରେ କବାଟ ପଡିଯାଉଛି । ଦିନରାତି ପଇଁତରା ମାରୁଛନ୍ତି ବନ ବିଭାଗ କର୍ମଚାରୀ । ନୂଆପଡା ବନବିଭାଗ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ଲୋକଙ୍କ ସମେତ ବାଘଙ୍କ ସୁରକ୍ଷା ନେଇ ବନ ବିଭାଗ ଟିମ୍‌ ତତ୍ପର ରହିଛି ।

ବାଘକୁ ଟ୍ରାକ୍‌ କରିବା ପାଇଁ ଲାଗିଛି ୧୩ଟି କ୍ୟାମେରା । ବାଘର ଗତିବିଧି ଉପରେ ପୂରା ନଜର ରହିଛି । ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରି ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ପୂର୍ବରୁ ଅଭୟାରଣ୍ୟ ଅଞ୍ଚଳରେ ବାଘ ୨ଟି ଗାଈ ଓ ୨ଟି ବାଛୁରୀକୁ ମାରିଥିବା ଅଭିଯୋଗ ହୋଇଥିଲା ।