Odia News Portal

୧୦ ବର୍ଷରେ ମଲେଣି ୬ ମହାବଳ

 ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୬ ମହାବଳ ବାଘଙ୍କ ମୃତ୍ୟୁ ଘଟିଛି । ମୃତ ୬ଟି ମଧ୍ୟରୁ ୩ଟି ମହାବଳ ବାଘ ଶିକାରୀଙ୍କ ଦ୍ୱାରା ମରିଥିବା ସୂଚନା । ତାରା ବାହିନୀପତିଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସୂଚନା । ୨୦୧୮ ତଥ୍ୟ ଅନୁସାରେ ଓଡିଶା ଜଙ୍ଗଲରେ ୨୮ଟି ମହାବଳ ଅଛନ୍ତି । ୨୮ଟି ମହାବଳ ସହ ୭୬୦ଟି କଲରା ପତରିଆ ବାଘ ମଧ୍ୟ ରହିଥିବା ସୂଚନା । ୧୦ ବର୍ଷରେ ୬ ମହାବଳ ସହ ୪୯ କଲରାପତରିଆ ମରିଛନ୍ତି । ମୃତ ୪୯ଟି କଲରାପତରିଆ ମଧ୍ୟରୁ ୨୬ଟି ଶିକାରୀଙ୍କ ଦ୍ୱାରା ମରିଛନ୍ତି ।