Odia News Portal

ପୁଣି ବଢିଲା ଓମଫେଡ୍‌ କ୍ଷୀର ଦର

ପୁଣି ବଢିଲା ଓମଫେଡ୍‌ କ୍ଷୀର ଦର। ପ୍ୟାକେଟ୍‌ ପିଛା ଦୁଇ ଟଙ୍କା ମୂଲ୍ୟ ବୃଦ୍ଧି ନେଇ ଓମଫେଡ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଏପ୍ରିଲ ୧ରୁ ଲାଗୁ ହେବ ନୂଆ ଦର। ଗୋଖାଦ୍ୟ, ଚାରା, ଔଷଧ, ଇନ୍ଧନ ଆଦିର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କ୍ଷୀର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ ଦର ଲାଗୁ ହେବା ଫଳରେ ୫୦୦ ଏମଏଲ ଟୋନଡ କ୍ଷୀର ମୂଲ୍ୟ ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୫୦୦ ଏମଏଲ ପ୍ରିମିୟମ କ୍ଷୀର ଓ ଗୋଲ୍‌ଡ କ୍ଷୀରର ଦାମ ୨୪ ଟଙ୍କାରୁ ୨୬ ଟଙ୍କା ବୃଦ୍ଧି ପାଇଛି। ଚା ସ୍ପେଶାଲ କ୍ଷୀର ମୂଲ୍ୟ ୨୩ ଟଙ୍କାରୁ ୨୫ ଟଙ୍କାକୁ ବଢ଼ିଛି । ଦର ବୃଦ୍ଧି ହେବା ଯୋଗୁ ଚାଷୀ ଲାଭବାନ ହେବେ କିନ୍ତୁ ଖାଉଟିଙ୍କ ପକେଟ ଉପରେ ବୋଝ ପଡ଼ିବ। କାରଣ ଅନ୍ୟ କ୍ଷୀର ତୁଳନାରେ ଓମଫେଡ୍‌ କ୍ଷୀର ଦର କମ୍‌ ରହିଥିଲା ।