Odia News Portal

ନାସନାଲ୍ ଜୁ ଜିତ୍‌ସୁରେ ଓଡ଼ିଶାକୁ ୧୪ ପଦକ

ମଧ୍ୟପ୍ରଦେଶର ଦେୱାସଠାରେ ଗତ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ନାସନାଲ୍ ଜୁ ଜିତ୍‌ସୁ ପ୍ରତିଯୋଗିତାରେ ଓଡ଼ିଶାର ୧୧ ଜଣ ପ୍ରତିଯୋଗୀ ମୋଟ ୧୪ଟି ପଦକ ହାସଲ କରିଛନ୍ତି, ଯେଉଁଥିରେ ୭ଟି ସ୍ୱର୍ଣ୍ଣ ସହ ୨ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ୍ ପଦକ ରହିଛି । ଏଥିରେ ଅନୁପମା ସ୍ୱାଇଁ ସର୍ବାଧିକ ୭ଟି ପଦକ ଜିତିଛନ୍ତି, ଯେଉଁଥିରେ ୩ଟି ସ୍ୱର୍ଣ୍ଣ ସାମିଲ୍ ।

ଅନୁପମାଙ୍କ ବ୍ୟତୀତ ଆଦିତ୍ୟ ଅମ୍ଳାନ ରାଉତ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ, ସିଦ୍ଧାର୍ଥ ଶଙ୍କର ମହନ୍ତ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ୍‌, ଅଂଶୁମାନ ସେଠୀ ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ୍‌, ଦେବାଶିଷ ସାମନ୍ତରାୟଙ୍କୁ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ୍‌, ଡି. ଉଦୟ କିରଣ ଗୋଟିଏ ବ୍ରୋଞ୍ଜ୍ ଏବଂ କ୍ରିନସୁକା ବେହେରା ଗୋଟିଏ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି ।

ଏସୀୟ ଜୁ ଜିତ୍‌ସୁ ପଦକ ବିଜେତା ଅନୁପମା ସିନିଅର ମହିଳା ୫୨ କିଗ୍ରା ଓଜନ ବର୍ଗରେ ଫାଇଟିଙ୍ଗ ସିଷ୍ଟମ୍‌, କଣ୍ଟାକ୍ଟ ଜୁ ଜିତ୍‌ସୁ ଓ ନେ ୱାଜା ଇଭେଣ୍ଟ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଏହି ପ୍ରତିଯୋଗିତାରେ ଦେଶର ୨୬ଟି ରାଜ୍ୟ ସହ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳର ୧୪୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ ।