Odia News Portal

୧୦ ଲକ୍ଷର ନକଲି ଔଷଧ ଜବତ

 କଟକ ନକଲି ଔଷଧ କାରବାର ମାମଲାରେ ବିହାର ଓ ଏମପିରେ ଚଢାଉ ହୋଇଥିବା ସୂଚନା । ଏସଟିଏଫ୍ ଏବଂ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ମିଳିତ ଚଢାଉ ବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟରେ ନକଲି ଔଷଧ ଜବତ କରାଯାଇଛି । ମାଷ୍ଟରମାଇଣ୍ଡ ବିହାରର ମୁଜାଫରପୁରର ମନୀଷ କୁମାରଙ୍କ ଘରେ ରେଡ୍ କରାଯାଇଛି । ଅଭିଯୁକ୍ତ ମନୀଷ କୁମାର ଫେରାର ହୋଇଥିବା ବେଳେ ଘରୁ ବିପୁଳ ପରିମାଣର ନକଲି ଔଷଧ ଜବତ କରାଯାଇଛି ।  ମଧ୍ୟପ୍ରଦେଶର ଭୋପାଳରେ ମଧ୍ୟ ମିଳିତ ଚଢାଉ ।