Odia News Portal

ଦଣ୍ଡଯାତ୍ରା ପାଇଁ ଗଂଜାମ ଉଠୁଛି ପଡୁଛି

ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ମହାପର୍ବ ଦଣ୍ଡପର୍ବ । ଦଣ୍ଡପର୍ବକୁ ଦଣ୍ଡଯାତ୍ରା ମଧ୍ୟ କୁହାଯାଏ । ଏହି ଯାତ୍ରା ସବୁଠାରୁ କମ୍ ୧୩ଦିନ ଠାରୁ ୨୧ ଦିନ ପର୍ୟ୍ୟନ୍ତ ପାଳନ ହୁଏ । ଧର୍ମ ମଧ୍ୟରେ ମନୋରଞ୍ଜନ ଓ ଭକ୍ତି ମାର୍ଗର ନିଆରା ପରମ୍ପରା ହେଉଛି ଦଣ୍ଡ ପରମ୍ପରା । ଦଣ୍ଡପର୍ବରେ କାଳିଙ୍କୁ ଆବିର୍ଭାବ ପାଇଁ ଢ଼ୋଲ ମହୁରୀ ଓ ଝାଞ୍ଜ ନିହାତି ଆବଶ୍ୟକତା ଥଏ ।ଗଂଜାମରେ ଚାଲିଛି ଦଣ୍ଡଯାତ୍ରା ।ଢୋଲ ମହୁରୀରେ ଆସୁଛନ୍ତି ମାଆ । ପ୍ରକମ୍ପିତ ସାରା ଗଂଜାମ ଜିଲ୍ଲା ।
ଦଣ୍ଡ ଯାତ୍ରାର ଅନ୍ୟତମ ନାମ ହେଉଛି ଦଣ୍ଡନୃତ୍ୟ । ଯେଉଁ ଠି ନୃତ୍ୟ ରହିଛି ସେଠି ବାଜା ବାଜିବା ସ୍ୱାଭାବିକ । ସେଥିପାଇଁ ଦଣ୍ଡ ନୃତ୍ୟରେ ଢ଼ୋଲ, ଝାଞ୍ଜ, ଓ ମହୁରୀର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ତେଣୁ ଢ଼ୋଲପୂଜା ଦଣ୍ଡଯାତ୍ରାର ଅନ୍ୟତମ ପ୍ରମୁଖ ପୂଜା ଅଟେ । ସବୁଦିନ ସନ୍ଧ୍ୟା ଆଳତୀ ପରେ ଢ଼ୋଲ ପୂଜା ସାରୀ ପାଟ ଢ଼ୋଲିଆ ଢ଼ୋଲକୁ ମରାମତି କରିଥାଏ ।