ପ୍ରକାଶ ପାଇଲା ୨୦୨୨ ବାଘ ଗଣନା ରିପୋର୍ଟ । ଦେଶରେ ଅଛନ୍ତି ୩ ହଜାର ୧୬୭ ବାଘ । କର୍ଣ୍ଣାଟକ ବାନ୍ଦିପୁରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତିରେ ପିଏମ୍ ମୋଦି ମହୀଶୂରରେ ଜାରି କଲେ ତଥ୍ୟ । ୪ ବର୍ଷରେ ୨ଶହ ବାଘ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୮ରେ ବାଘସଂଖ୍ୟା ଥିଲା ୨୯୬୭ । ପ୍ରତି ୪ ବର୍ଷରେ ଥରେ ହୋଇଥାଏ ବାଘଗଣନା ।
ବିଶ୍ୱରେ ୭ ପ୍ରଜାତିର ବାଘ, ସିଂହ, କଲରାପତରିଆ, ହିମଚରା, ଜାଗୁଆର, ପୁମା ଓ ଚିତା ବଂଶର ସୁରକ୍ଷା ଓ ସଂରକ୍ଷଣ କରିବା ସହ ଅବାଧ ଶିକାର ଓ ବେଆଇନ ବନ୍ୟପ୍ରାଣୀ ଚାଲାଣ ରୋକିବା IBCAର ଲକ୍ଷ୍ୟ ରହିବ। ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବରୁ ଆଜି ବନ୍ଦିପୁରା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପରିଦର୍ଶନରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ । ୧୯୭୩ ଏପ୍ରିଲ ୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ କରିଥିଲେ।
ଶେଷଥର ପାଇଁ ଭାରତରେ ୨୦୧୮ରେ ବାଘ ଗଣନା ହୋଇଥିଲା । ଗଣନା ଅନୁସାରେ ଦେଶରେ ମୋଟ ୨ ହଜାର ୯୬୭ ବାଘ ଥିଲେ । ଯାହାକି ବିଶ୍ୱର ମୋଟ ୭୦ ପ୍ରତିଶତ । ୨୦୦୬ରେ ଭାରତର ବାଘ ସଂଖ୍ୟା ଥିଲା ୧୪୧୧, ୨୦୧୦ରେ ୧୭୦୬ ଓ ୨୦୧୪ରେ ଭାରତରେ ବାଘ ସଂଖ୍ୟା ଥିଲା ୨ ହଜାର ୨୨୫। ୨୦୦୬ରେ ଓଡିଶାରେ ୪୫ଟି ବାଘ ଥିବା ବେଳେ ୨୦୧୦ରେ ୩୨, ୨୦୧୪ରେ ୨୮ ଓ ୨୦୧୮ରେ ମଧ୍ୟ ଓଡ଼ିଶାରେ ୨୮ ବାଘ ଥିବା ଗଣନାରୁ ଜଣା ପଡିଥିଲା।