Odia News Portal

ଆଜି ୧୪ତମ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ

ଆଜି ଦେଶର ୧୪ତମ ବନ୍ଦେ ଭାରତ ଟ୍ରେନ୍ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀ-ଜୟପୁର-ଅଜମେର ଏକ୍ସପ୍ରେସ୍ର ହେବ ଶୁଭାରମ୍ଭ । ରାଜସ୍ଥାନ ପାଇବ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
ଏହି ଟ୍ରେନ୍ ଜୟପୁର ଏବଂ ଦିଲ୍ଲୀ କ୍ୟାଣ୍ଟ ରେଳ ଷ୍ଟେସନ ମଧ୍ୟରେ ଚାଲିବ । ସପ୍ତାହରେ ୬ ଦିନ ମିଳିବ ଟ୍ରେନ୍ ସେବା । ୧୩ରୁ ସାଧାରଣ ଲୋକ ଯାତାୟତ କରିପାରିବେ । ଅଜମେରରୁ ଦିଲ୍ଲୀ ପର‌୍ୟ୍ୟନ୍ତ ୫ ଘଣ୍ଟା ଏବଂ ଜୟପୁରରୁ ଦିଲ୍ଲୀ ପର‌୍ୟ୍ୟନ୍ତ ୪ ଘଣ୍ଟା ଲାଗିବ । ଟ୍ରେନ୍ ଅଜମେର-ଦିଲ୍ଲୀ ମାର୍ଗରେ ଜୟପୁର, ଅଲୱାର ଏବଂ ଗୁରୁଗାଓଁରେ ଅଟକିବ ।